ଓଡିଶା

odisha

ETV Bharat / state

କୁନି ଝିଅର ନିବେଦନ ‘ସାର ମୋ ବାପାଙ୍କ ଚାକିରି ଫେରାଇ ଦିଅ’ - kendrapada little girl request

‘ସାର ମୋ ବାପାଙ୍କ ଚାକିରି ଫେରାଇ ଦିଅ’ କହି ନିଲମ୍ବିତ ହୋଇଥିବା ଜଣେ ସମବାୟ ସମିତିର ସମ୍ପାଦକଙ୍କ କୁନି ଝିଅ ସେବା ସମବାୟ ସମୂହର ସହକାରୀ ନିବନ୍ଧକ(ARCS)ଙ୍କ ପାଦ ଧରିବା ଘଟଣା କେନ୍ଦ୍ରାପଡ଼ା ଜିଲ୍ଲାରେ ବେଶ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଅଧିକ ପଢନ୍ତୁ...

କୁନି ଝିଅର ନିବେଦନ ‘‘ସାର ! ମୋ ବାପାଙ୍କ ଚାକିରୀ ଫେରାଇ ଦିଅ’’
କୁନି ଝିଅର ନିବେଦନ ‘‘ସାର ! ମୋ ବାପାଙ୍କ ଚାକିରୀ ଫେରାଇ ଦିଅ’’

By

Published : May 6, 2021, 7:34 AM IST

କେନ୍ଦ୍ରାପଡ଼ା: ସାର ! ମୋ ବାପାଙ୍କ ଚାକିରି ଫେରାଇ ଦିଅ କହି ନିଲମ୍ବିତ ହୋଇଥିବା ଜଣେ ସମବାୟ ସମିତିର ସମ୍ପାଦକଙ୍କ କୁନି ଝିଅ ସେବା ସମବାୟ ସମୂହର ସହକାରୀ ନିବନ୍ଧକ(ARCS)ଙ୍କ ପାଦଧରିବା ଘଟଣା କେନ୍ଦ୍ରାପଡ଼ା ଜିଲ୍ଲାରେ ବେଶ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ସୂଚନାନୁଯାୟୀ, କେନ୍ଦ୍ରାପଡ଼ା ବଗଡ଼ା ପ୍ରାଥମିକ ସେବା ସମବାୟ ସମିତିର ସମ୍ପାଦକ କାଳନ୍ଦୀ ଚରଣ ବିଶ୍ୱାଳ, ତାଙ୍କ ଭାଇ ଓ କିଛି ଦୁର୍ବୃତ୍ତ ଗତ ଏପ୍ରିଲ 14 ତାରିଖ ଦିନ ଭରତପୁର ସେବା ସମବାୟ ସମିତିରେ କାର୍ଯ୍ୟରତ ସମ୍ପାଦକ ସୁବୋଧ ଲେଙ୍କା ଘରେ ନଥିବା ବେଳେ ତାଙ୍କ ପତ୍ନୀଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ ଓ ଅସଦାଚରଣ କରିଥିଲେ । ଏହି ଘଟଣାରେ କାଳନ୍ଦୀ ଓ ଅନ୍ୟ ବ୍ୟକ୍ତିଙ୍କ ବିରୋଧରେ ସଦର ଥାନାରେ ସୁବୋଧଙ୍କ ପତ୍ନୀ ଏକ ଲିଖିତ ଏତଲା ମଧ୍ୟ ଦେଇଥିଲେ ।

କୁନି ଝିଅର ନିବେଦନ ‘‘ସାର ! ମୋ ବାପାଙ୍କ ଚାକିରୀ ଫେରାଇ ଦିଅ’’

ତେବେ 16 ତାରିଖ ଦିନ ସୁବୋଧ ଓ କାଳନ୍ଦୀଙ୍କ ମଧ୍ୟରେ ଏହି ଘଟଣାକୁ କେନ୍ଦ୍ରକରି କାଳନ୍ଦୀ, ସୁବୋଧଙ୍କ ନାମରେ ଏତଲା ଦେଇଥିଲେ । ତେବେ ଉଭୟ ପକ୍ଷର ଆପତ୍ତି ଅଭିଯୋଗକୁ ବିଚାର ନକରି ବିଭାଗୀୟ କର୍ତ୍ତୃପକ୍ଷ ସୁବୋଧଙ୍କୁ ଗତକାଲି ସନ୍ଧ୍ୟାରେ ନିଲମ୍ବନ କରିବା ପରେ ସୁବୋଧଙ୍କ ଓ ତାଙ୍କ ପରିବାର ARCS କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି ।

ମଧ୍ୟାହ୍ନରେ ARCS ବାହାରକୁ ଆସିବା ପରେ ସୁବୋଧଙ୍କ କୁନିଝିଅ ARCSଙ୍କ ପାଦଧରି ବାପାଙ୍କ ଚାକିରି ଫେରାଇ ଦେବା ପାଇଁ ଆକୁଳ ନିବେଦନ କରିବା ସରକାରୀ କାର୍ଯ୍ୟାଳୟରେ ପକ୍ଷପାତିତା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଏନେଇ ସୁବୋଧ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରୁଥିବା ବେଳେ କର୍ତ୍ତୃପକ୍ଷ ମନମାନି କରି ତାଙ୍କୁ ନିଲମ୍ବନ କରିବା ଘଟଣାକୁ ନେଇ ସେ ହତୋତ୍ସାହିତ ହେବା ସହ ଭବିଷ୍ୟତରେ ସପରିବାରେ ଆତ୍ମହତ୍ୟା କରିବାର ଚେତାବନୀ ଦେଇଛନ୍ତି । ଅପରପକ୍ଷରେ ଅଧିକାରୀଙ୍କୁ ଏନେଇ ପଚାରିବାରୁ ସେ ଘଟଣା ଦିନ ଉପସ୍ଥିତ ନଥିଲେ ଓ ଖୁବଶୀଘ୍ର ସୁବୋଧଙ୍କୁ ନ୍ୟାୟ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏନେଇ କାଳନ୍ଦୀଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ ସେ ଏହି ଘଟଣା ସମ୍ପର୍କରେ କିଛି କହିପାରିବେ ନାହିଁ ବୋଲି କହିଛନ୍ତି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details