ଓଡିଶା

odisha

ETV Bharat / state

ବିବାଦ ପରେ ବଦଳିଲା ବ୍ରାହ୍ମଣ ଶ୍ମଶାନ ନାଁ, ତାଲା ଖୋଲିବାକୁ କେଁ - Swargadwar name change

ଆଜି ଅତି ତରବରିଆ ଭାବେ ତଦନ୍ତ ପୁର୍ବରୁ ଏହି "ବ୍ରାହ୍ମଣ ଶ୍ମଶାନ" ଲେଖାକୁ ଲିଭାଯାଇ ଏହାକୁ " ସ୍ବର୍ଗଦ୍ବାର" ଲେଖିଦେଇ ଚୁପ ବସିଛି ପ୍ରଶାସନ । ଅପରପକ୍ଷରେ କେବଳ ଲେଖା ସିନା ବଦଳିଛି ହେଲେ ଶ୍ମଶାନ ଫାଟକରେ ଝୁଲୁଥିବା ତାଲା ଖୋଲି ପାରିନାହିଁ । ଏହି ତାଲାର ଚାବିକୁ ବ୍ରାହ୍ମଣ ସମାଜର ଦୁଇଜଣ ବରିଷ୍ଠ ଲୋକ ନିଜ ପାଖରେ ରଖିଥିବା ବେଳେ ଏହି ତାଲା ଖୋଲିବା ପାଇଁ ଦାବି କରିଛି ଓଡ଼ିଶା ଦଳିତ ସମାଜ । ଅଧିକ ପଢନ୍ତୁ

ବ୍ରାହ୍ମଣ ଶ୍ମଶାନ ନାଁ ବଦଳିଲା, ହେଲେ ଖୋଲିଲା ନାହିଁ ତାଲା, ପ୍ରଶାସନର ଚେତାବନୀ ହେବ କାର୍ଯ୍ୟାନୁଷ୍ଠାନ
ବ୍ରାହ୍ମଣ ଶ୍ମଶାନ ନାଁ ବଦଳିଲା, ହେଲେ ଖୋଲିଲା ନାହିଁ ତାଲା, ପ୍ରଶାସନର ଚେତାବନୀ ହେବ କାର୍ଯ୍ୟାନୁଷ୍ଠାନ

By ETV Bharat Odisha Team

Published : Nov 22, 2023, 8:19 PM IST

ବ୍ରାହ୍ମଣ ଶ୍ମଶାନ ନାଁ ବଦଳିଲା, ହେଲେ ଖୋଲିଲା ନାହିଁ ତାଲା, ପ୍ରଶାସନର ଚେତାବନୀ ହେବ କାର୍ଯ୍ୟାନୁଷ୍ଠାନ

କେନ୍ଦ୍ରାପଡା: ବାଜିଲା ଖବର । ହେଲା କାର୍ଯ୍ୟାନୁଷ୍ଠାନ । କିନ୍ତୁ ଖୋଲା ଯାଇପାରିଲା ନାହିଁ ଶ୍ମଶାନରେ ଝୁଲୁଥିବା ତାଲା । ଦିନ ତମାମ କସରତ ପରେ ଶ୍ମଶାନର ନାମ ଫଳକ ବଦଳାଇବାରେ ପୌର ପ୍ରଶାସନ ସଫଳ ହୋଇଥିବା ବେଳେ ମୁରବୀଙ୍କ ପାଖରେ ଚାବି ରହିଥିବା କାରଣରୁ ଖୋଲି ପାରିନାହିଁ ତାଲା । ଯାହାକୁ ନେଇ ବଢୁଛି ଅସନ୍ତୋଷ ।

କେନ୍ଦ୍ରାପଡ଼ା ପୌରାଞ୍ଚଳ ୮ ନଂ ୱାର୍ଡ ଅଧିନ ହଜାରୀ ବଗିଚା ଠାରେ ଥିବା ‘ବ୍ରାହ୍ମଣ ଶ୍ମଶାନ’କୁ ନେଇ ଉଦବେଗ ପ୍ରକାଶ ପାଇବା ପରେ ଗତକାଲି "ଓଡିଶା ଦଳିତ ସମାଜ" ପକ୍ଷରୁ ଜିଲ୍ଲା ସଭାପତି ନଗେନ୍ଦ୍ର ଜେନାଙ୍କ ନେତୃତ୍ବରେ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ରଙ୍କୁ ଭେଟି ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଯେଉଁମାନେ ଏହିଭଳି ଜାତିଭିତ୍ତିକ କାର୍ଯ୍ୟରେ ସମ୍ପୃକ୍ତ ସେମାନଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବି କରିଥିଲେ । ଆଜି ଅତି ତରବରିଆ ଭାବେ ତଦନ୍ତ ପୁର୍ବରୁ ଏହି "ବ୍ରାହ୍ମଣ ଶ୍ମଶାନ" ଲେଖାକୁ ଲିଭାଯାଇ ଏହାକୁ "ସ୍ବର୍ଗଦ୍ବାର" ଲେଖିଦେଇ ଚୁପ ବସିଛି ପ୍ରଶାସନ । ଅପରପକ୍ଷରେ କେବଳ ଲେଖା ସିନା ବଦଳିଛି ହେଲେ ଶ୍ମଶାନ ଫାଟକରେ ଝୁଲୁଥିବା ତାଲା ଖୋଲି ପାରିନାହିଁ । ଏହି ତାଲାର ଚାବିକୁ ବ୍ରାହ୍ମଣ ସମାଜର ଦୁଇଜଣ ବରିଷ୍ଠ ଲୋକ ନିଜ ପାଖରେ ରଖିଥିବା ବେଳେ ଏହି ତାଲା ଖୋଲିବା ପାଇଁ ଦାବି କରିଛି ଓଡ଼ିଶା ଦଳିତ ସମାଜ ।

ଅଧିକ ପଢନ୍ତୁ- କେନ୍ଦ୍ରାପଡ଼ାରେ କୁସଂସ୍କାର: ଶେଷ ଠିକଣାରେ ବି ପାତରଅନ୍ତର, ବ୍ରାହ୍ମଣ ଶ୍ମଶାନରେ ଅନ୍ୟ ଜାତିଙ୍କୁ ମୃତଦେହ ସତ୍କାର ମନା

ସୂଚନାନୁଯାୟୀ, ୨୦୧୬-୧୭ ମସିହାରେ ସ୍ପେଶାଲ ପ୍ରୋବ୍ଲେମ ଫଣ୍ଡରୁ ଦେଢ଼ ଲକ୍ଷ ଟଙ୍କା ବିନିମୟରେ ଶ୍ମଶାନର ବାଉଣ୍ଡାରୀ ୱାଲ ନିର୍ମାଣ ପାଇଁ ତତ୍କାଳୀନ ବିଧାୟକ କିଶୋର ତରାଇ ‘ବ୍ରାହ୍ମଣ ଶ୍ମଶାନ’ ନାମରେ ଅର୍ଥ ମଞ୍ଜୁର କରିଥିଲେ । ଏହି ନିର୍ମାଣ କାମଟି ଦିଲ୍ଲୀପ କୁମାର ପତିଙ୍କ ନାମରେ ଥିବା ବେଳେ ଏହି କାମର କାର୍ଯ୍ୟାଦେଶ ୧୯୩୮/୨୨.୦୪.୨୦୨୦ ପ୍ରଦାନ କରାଯାଇଥିଲା । ତେବେ ଏହି ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ କିଏ ଓ କେଉଁ ଉଦ୍ଦେଶ୍ୟରେ ଏହାକୁ ଲେଖିଛି ସେ ସମ୍ପର୍କରେ ଜାଣିନଥିବା କହିବା ସହ ଗତକାଲି ଖବର ପାଇବା ପରେ ଏହାକୁ ସ୍ବର୍ଗଦ୍ବାର ଲେଖାଯିବ କହିଛନ୍ତି ପୌରନିର୍ବାହୀ ଅଧିକାରୀ । ହେଲେ ତାଲା ପକାଯିବା ଘଟଣା ସମ୍ପର୍କରେ ସେ ଜାଣିନଥିବା ଓ ଖୁବଶୀଘ୍ର ତାଲା ଖୋଲାଯିବ ବୋଲି କହିଛନ୍ତି ପୌର ଅଧିକାରୀ ।

ଜାତିଭିତ୍ତିକ ଶ୍ମଶାନ ନିର୍ମାଣ ଯୋଗୁଁ ଜିଲ୍ଲା ଓ ପୌର ପରିଷଦ ବଦନାମ ହୋଇଥିବା ବେଳେ ଏହାକୁ ନେଇ ଆଗାମୀ ଦିନରେ କିଭଳି ସୁସ୍ଥ ବାତାବରଣ ସୃଷ୍ଟି ହେବ ସେନେଇ ପ୍ରଶାସନ ପ୍ରୟାସ ଆରମ୍ଭ କରିଛି । ଏବେ ଅପେକ୍ଷା ପୌର ପ୍ରଶାସନ କେବେ ଏହି ଶ୍ମଶାନର ତାଲା ଖୋଲିପାରୁଛି ଆଉ ଏହାର ସର୍ବସାଧାରଣ ଶ୍ମଶାନ ହେଉଛି ।

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details