ଓଡିଶା

odisha

ETV Bharat / state

ସୁରେଶ ରାଉତରାୟଙ୍କ ପତ୍ନୀଙ୍କ ଉଦ୍ଦେଶ୍ୟରେ ଅପଶବ୍ଦ ବ୍ୟବହାର ଅଭିଯୋଗ !

କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ପତ୍ନୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଅପଶବ୍ଦ ବ୍ୟବହାର କରିଥିବା ଅଭିଯୋଗରେ ବରିଷ୍ଠ ବିଜେପି ନେତା ଦୁର୍ଯ୍ୟୋଧନ ସାହୁଙ୍କ ନାମରେ ଏତଲା । କେନ୍ଦ୍ରାପଡ଼ା ଯୁବ ଓ ଛାତ୍ର କଂଗ୍ରେସର କର୍ମୀମାନେ ମିଳିତ ଭାବେ ଟାଉନ ଥାନାରେ ଏତଲା ଦାୟର କରିଛନ୍ତି । ଅଧିକ ପଢ଼ନ୍ତୁ

By

Published : Aug 2, 2022, 11:00 PM IST

ବିଧାୟକ ସୁରେଶ ରାଉତରାୟଙ୍କ ପତ୍ନୀଙ୍କ ଉଦ୍ଦେଶ୍ୟରେ ଅପଶବ୍ଦ ବ୍ୟବହାର ଅଭିଯୋଗ, ବିଜେପି ନେତା ଦୁର୍ଯ୍ୟୋଧନ ସାହୁଙ୍କ ନାମରେ ଏତଲା
ବିଧାୟକ ସୁରେଶ ରାଉତରାୟଙ୍କ ପତ୍ନୀଙ୍କ ଉଦ୍ଦେଶ୍ୟରେ ଅପଶବ୍ଦ ବ୍ୟବହାର ଅଭିଯୋଗ, ବିଜେପି ନେତା ଦୁର୍ଯ୍ୟୋଧନ ସାହୁଙ୍କ ନାମରେ ଏତଲା

କେନ୍ଦ୍ରାପଡା: ବିଜେପିର ପୂର୍ବତନ ଜିଲ୍ଲା ସଭାପତି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦୁର୍ଯ୍ୟୋଧନ ସାହୁଙ୍କ ବିରୋଧରେ କେନ୍ଦ୍ରାପଡା ଟାଉନ ଥାନାରେ ଏତଲା ଦେଇଛନ୍ତି ଜିଲ୍ଲାର ଯୁବ ଓ ଛାତ୍ର କଂଗ୍ରେସର ସଦସ୍ୟ । ଜଟଣୀ ବିଧାୟକ ତଥା କଂଗ୍ରେସ ନେତା ସୁରେଶ ରାଉତରାୟଙ୍କୁ ବ୍ୟକ୍ତିଗତ ଆକ୍ଷେପ କରିବା ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଚରିତ୍ର ସଂହାର କରିଥିବା ଅଭିଯୋଗରେ ଦିଆଯାଇଛି ଏତଲା ।

ବିଧାୟକ ସୁରେଶ ରାଉତରାୟଙ୍କ ପତ୍ନୀଙ୍କ ଉଦ୍ଦେଶ୍ୟରେ ଅପଶବ୍ଦ ବ୍ୟବହାର ଅଭିଯୋଗ, ବିଜେପି ନେତା ଦୁର୍ଯ୍ୟୋଧନ ସାହୁଙ୍କ ନାମରେ ଏତଲା

ଅଭିଯୋଗ ମୁତାବକ, ଗତ ଜୁଲାଇ ୨୯ ତାରିଖରେ ଜଟଣୀ ବିଧାୟକ ସୁରେଶ ରାଉତରାୟ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଣମାଧ୍ୟମରେ ଅପଶବ୍ଦ ପ୍ରୟୋଗ କରିଥିବା ଅଭିଯୋଗ କରି କେନ୍ଦ୍ରାପଡା ନଗର ବିଜେପି ତରଫରୁ କେନ୍ଦ୍ରାପଡା ଟାଉନ ଥାନାରେ ଲିଖିତ ଅଭିଯୋଗ ଦିଆଯାଇଥିଲା । ସେହି ସମୟରେ ବିଜେପି ନେତା ଦୁର୍ଯ୍ୟୋଧନ ସାହୁ ଏକ ଘରୋଇ ୱେବ ଚ୍ୟାନେଲରେ ସୁରେଶ ରାଉତରାୟଙ୍କ ପତ୍ନୀଙ୍କୁ ଆକ୍ଷେପ କରି ଅଶାଳୀନ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି ।

ସୁରେଶ ରାଉତରାୟଙ୍କ ପତ୍ନୀଙ୍କ ଉଦ୍ଦେଶ୍ୟରେ ଅପଶବ୍ଦ ବ୍ୟବହାର ଅଭିଯୋଗ, ବିଜେପି ନେତା ଦୁର୍ଯ୍ୟୋଧନ ସାହୁଙ୍କ ନାମରେ ଏତଲା
ସୁରେଶ ରାଉତରାୟଙ୍କ ପତ୍ନୀଙ୍କ ଉଦ୍ଦେଶ୍ୟରେ ଅପଶବ୍ଦ ବ୍ୟବହାର ଅଭିଯୋଗ, ବିଜେପି ନେତା ଦୁର୍ଯ୍ୟୋଧନ ସାହୁଙ୍କ ନାମରେ ଏତଲା

ସୁରେଶ ରାଉତରାୟଙ୍କ ଭଳି ଜଣେ ବିଜ୍ଞ ରାଜନେତା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନାମରେ ଏଭଳି ଅପଶବ୍ଦକୁ ବିରୋଧ କରି ଜିଲ୍ଲା ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସର କର୍ମୀମାନେ ଆଜି କେନ୍ଦ୍ରାପଡା ଟାଉନ ଥାନାରେ ମିଳିତ ଭାବେ ଏତଲା ଦାୟର କରିଛନ୍ତି । ଆଗାମୀ ଦିନରେ ଦୁର୍ଯ୍ୟୋଧନଙ୍କ ପ୍ରତି କାର୍ଯ୍ୟନୁଷ୍ଠାନ ଗ୍ରହଣ କରା ନଗଲେ ସେମାନେ ରାଜରାସ୍ତାକୁ ଓହ୍ଲାଇବା ସହିତ ଥାନା ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details