ଓଡିଶା

odisha

ETV Bharat / state

ଆନ୍ତଃଜିଲ୍ଲା ମୋଟର ସାଇକେଲ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ

ଆନ୍ତଃଜିଲ୍ଲା ମୋଟର ସାଇକେଲ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ । 25 ମୋଟର ସାଇକେଲ ଜବତ । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଏସପି । ଅଧିକ ପଢନ୍ତୁ...

a bike lootera gang arrested in kendrapara
ଆନ୍ତଜିଲ୍ଲା ମୋଟର ସାଇକେଲ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ

By

Published : Aug 14, 2020, 2:11 PM IST

କେନ୍ଦ୍ରାପଡା: ଜିଲ୍ଲାରେ ମୋଟର ସାଇକେଲ ଲୁଟେରା ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ସମେତ ଅନ୍ୟ ଚାରିଜଣଙ୍କୁ ଗିରଫ କରିଯାଇଛି। ଏହାପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଲୁଟେରାଙ୍କ ଠାରୁ 25ଟି ଗାଡି ଜବତ କରାଯାଇ ଥିବା ବେଳେ ମାଲିକ ମାନଙ୍କୁ ଫେରାଇ ଦିଆଯାଇଛି । କେନ୍ଦ୍ରାପଡ଼ା ଟାଉନ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ଏସପି ।

ଆନ୍ତଜିଲ୍ଲା ମୋଟର ସାଇକେଲ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ

ଏସପିଙ୍କ ସୂଚନା ଅନୁଯାୟୀ, ଭୁବନେଶ୍ବରର ଏକ ଘରୋଇ ଇଂଜିନିୟରିଂ କଲେଜର କମ୍ପ୍ୟୁଟର ସାଇନ୍ସ ଛାତ୍ର ଅଭିଜିତ ଜେନା ଏହି ଗାଡି ଚୋରୀ ଘଟଣା ଗୁଡିକର ମାଷ୍ଟର ମାଇଣ୍ଡ । ସ୍ଥାନୀୟ ଗରାପୁର ଅଞ୍ଚଳର ଡ୍ରାଇଭର ପୃଥୀରାଜ ମଲିକ ଅଭିଜିତକୁ ଏହି କାର୍ଯ୍ୟରେ ସହଯୋଗ କରୁଥିଲା। ତେବେ ଏହି ଲୁଟ ହେଉଥିବା ଗାଡି ଗୁଡିକୁ ଏମାନେ ଡେରାବିଶ୍ ଥାନା ଅଧିନ 5 ନମ୍ବର ଜାତୀୟ ରାଜପଥରେ ଥିବା ଏକ ଗ୍ୟାରେଜ ମାଧ୍ୟମରେ ବିକ୍ରି କରୁଥିଲେ । ଯାହା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ତେବେ ଟାଉନ ଥାନା ପୋଲିସ ସିସିଟିଭି ଫୁଟେଜରୁ ଲୁଟେରା ମାନଙ୍କ ସମ୍ପର୍କରେ ସୂଚନା ପାଇଥିଲା । ଗିରଫ ହୋଇଥିବା ଅଭିଯୁକ୍ତ ମାନଙ୍କ ମଧ୍ୟରେ ଦୁଇଜଣ ଚୋରା ଗାଡି କିଣିବା ବ୍ୟକ୍ତି ମଧ୍ୟ ରହିଛନ୍ତି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details