ଓଡିଶା

odisha

ଜନ୍ମ ନେଲା ଅଦ୍ଭୁତ ଶିଶୁକନ୍ୟା, ଗୋଟିଏ ଶରୀରରେ ଦୁଇଟି ମୁଣ୍ଡ

By

Published : Apr 11, 2021, 3:30 PM IST

Updated : Apr 11, 2021, 4:59 PM IST

କେନ୍ଦ୍ରାପଡା ସହରର ଏକ ଘରୋଇ ନର୍ସିଂହୋମରେ ଦୁଇଟି ମୁଣ୍ଡ, 3ଟି ହାତ, 4ଟି ଆଖି ଓ 4ଟି କାନ ବିଶିଷ୍ଟ ଏକ ବିରଳ ଶିଶୁକନ୍ୟା ଜନ୍ମ ନେଇଛି । ଅଧିକ ପଢନ୍ତୁ...

କେନ୍ଦ୍ରାପଡାରେ ଜନ୍ମ ନେଲା ଏକ ଅଦ୍ଭୁତ ଶିଶୁକନ୍ୟା
କେନ୍ଦ୍ରାପଡାରେ ଜନ୍ମ ନେଲା ଏକ ଅଦ୍ଭୁତ ଶିଶୁକନ୍ୟା

କେନ୍ଦ୍ରାପଡା:ସହରର ଏକ ଘରୋଇ ନର୍ସିଂହୋମରେ ଜନ୍ମ ନେଇଛି ଏକ ଅଦ୍ଭୁତ ଶିଶୁକନ୍ୟା । ଯିଏ ସ୍ବାଭାବିକ ଶିଶୁଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଶିଶୁଟିର ଦୁଇଟି ମୁଣ୍ଡ ରହିଥିବାବେଳେ 3ଟି ହାତ, 4ଟି ଆଖି ଓ 4ଟି କାନ ରହିଛି । ଏପରିକି ଶିଶୁଟିର ପିଠି ପଟକୁ ଏକ ହାତ ରହିଛି । ଏହି ବିରଳ ଶିଶୁକୁ ଦେଖିବାକୁ ହସ୍ପିଟାଲରେ ପ୍ରବଳ ଭିଡ ଜମିଛି ।

ଜନ୍ମ ନେଲା ଅଦ୍ଭୁତ ଶିଶୁକନ୍ୟା, ଗୋଟିଏ ଶରୀରରେ ଦୁଇଟି ମୁଣ୍ଡ

ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା ରାଜନଗର ଥାନା ମହୁଲିଆ ପଞ୍ଚାୟତ କଣୀ ଗାଁର ଉମାକାନ୍ତ ପରିଡାଙ୍କ ପତ୍ନୀଙ୍କ ଗତକାଲି(ଶନିବାର) ପ୍ରସବ ବେଦନା ହେବାରୁ ତାଙ୍କୁ ସଙ୍ଗେ ସଙ୍ଗେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପରେ ଏକ ଘରୋଇ ନର୍ସିଂହୋମକୁ ସ୍ଥାନାନ୍ତରିତ କରାଯାଇଥିଲା । ରବିବାର ପୂର୍ବାହ୍ନ 11ଟା ସମୟରେ ମହିଳା ଜଣକ ଏହି ଶିଶୁକୁ ଜନ୍ମ ଦେଇଥିଲେ । ଏହା ମହିଳାଙ୍କ ଦ୍ବିତୀୟ ସନ୍ତାନ ବୋଲି ଜଣାପଡିଛି । ଅଧିକ ଚିକିତ୍ସା ପାଇଁ ଡାକ୍ତରମାନେ ଶିଶୁଟିକୁ କଟକ ଶିଶୁ ଭବନକୁ ପଠାଇ ଦେଇଛନ୍ତି ।

ଅପରପକ୍ଷେ ଉମାକାନ୍ତ ଜଣେ ଦିନ ମଜୁରିଆ ହୋଇଥିବାରୁ ସେ ସରକାରୀ ସହାୟତା ଲୋଡିଛନ୍ତି । ଯୋଡା ମୁଣ୍ଡ ଶିଶୁ ଜଗାବଳିଆ ଭଳି ତାଙ୍କ ଶିଶୁର ଚିକିତ୍ସା ପାଇଁ ରାଜ୍ୟ ସରକାରଙ୍କୁ ସହାୟତା ଭିକ୍ଷା କରିଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Apr 11, 2021, 4:59 PM IST

ABOUT THE AUTHOR

...view details