କେନ୍ଦ୍ରାପଡ଼ା: ପଟ୍ଟାମୁଣ୍ଡାଇରେ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ । ମୃତ ଛାତ୍ର ଜଣଙ୍କ ହେଲେ ଆଳି ବ୍ଲକ କଅଁରପୁର ଗ୍ରାମର ଯୁଗଳ କିଶୋର ବେହେରାଙ୍କ ଏକମାତ୍ର ପୁଅ ଜିତେଶ କୁମାର ବେହେରା ।
ସୂଚନା ଅନୁସାରେ ଜିତେଶ ପତ୍ରପୁର ହାଇସ୍କୁଲରେ ନବମ ଶ୍ରେଣୀର ଛାତ୍ର ଥିଲେ । ଗ୍ରୀଷ୍ମକାଳୀନ ଛୁଟି ପରେ ସାରା ରାଜ୍ୟରେ ଆଜି ସ୍କୁଲ ଖୋଲିଥିଲା । ତେବେ ସ୍କୁଲ ଯିବା ସମୟରେ ପଟ୍ଟାମୁଣ୍ଡାଇ ନିକଟରେ ଏକ କାର ଆସି ଜିତେଶଙ୍କୁ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ପଟ୍ଟାମୁଣ୍ଡାଇ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଗ୍ରାମବାସୀ ଦୁର୍ଘଟଣା ଘଟାଇଥିବା କାରକୁ ଭାଙ୍ଗି ଦେଇଥିବା ବେଳେ ପୋଲିସ କାର ଚାଳକକୁ ଥାନାରେ ଅଟକ ରଖିଛି ।