କେନ୍ଦ୍ରାପଡା: କୋରୋନା କାଳରେ କେନ୍ଦ୍ରାପଡା ଜିଲ୍ଲାରେ ସକ୍ରିୟ ହୋଇଉଠିଛି ବ୍ରାଉନସୁଗାର ବେପାର । ଜିଲ୍ଲାରେ କାୟା ବିସ୍ତାର କରିଥିବା ବ୍ରାଉନ ସୁଗାର ଲିଙ୍କର ପକ୍ଷ ଛେଦନ ପାଇଁ ଜୋରଦାର ପ୍ରୟାସ ଆରମ୍ଭ କରିଛି ପୋଲିସ । ବୁଧବାର ବିଳମ୍ବିତ ରାତିରେ ଜଣେ ଯୁବକ ବ୍ରାଉନସୁଗାର ନେଇ ଯାଉଥିବା ବେଳେ ପୋଲିସ ହାତରେ ଧରାପଡିଛି ।
କେନ୍ଦ୍ରାପଡାରୁ 2 ଲକ୍ଷଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ, ଜଣେ ଗିରଫ - brownsugar seized in kendrapara
ବୁଧବାର ବିଳମ୍ବିତ ରାତିରେ ପଟ୍ଟାମୁଣ୍ଡାଇରୁ ବ୍ରାଉନସୁଗାର ଜବତ । ପ୍ରାୟ 2 ଲକ୍ଷ ମୂଲ୍ୟର ଧଳାଜହର ଜବତ କରିଛି ପୋଲିସ ।
କେନ୍ଦ୍ରାପଡାରୁ 2 ଲକ୍ଷଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ, ଜଣେ ଗିରଫ
ଯୁବକ ଜଣକ ଏକ ସ୍କୁଟି ଯୋଗେ ବ୍ରାଉନସୁଗାର ନେଇ ଯାଉଥିବା ବେଳେ ଖବର ପାଇଥିଲା ପୋଲିସ । ପରେ ଆଳି ପୋଲିସ ପତ୍ରପୁର ପୋଲ ନିକଟରେ ଯୁବକଙ୍କୁ କାବୁ କରିବାରେ ସଫଳ ହୋଇଥିଲା । ତା ନିକଟରୁ 8 ଗ୍ରାମର ଧଳାଜହର ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ 2 ଲକ୍ଷ ଟଙ୍କା ହେବ । ଏପଟେ ଯୁବକ ଧରାପଡିବା ପରେ ପୁରା ଲିଙ୍କର ପର୍ଦ୍ଦାଫାସ କରିବାକୁ ତଦନ୍ତ ଚଳାଇଛି ପୋଲିସ ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ