ଓଡିଶା

odisha

ETV Bharat / state

ରାଜନଗର ବନଖଣ୍ଡରେ ୬୬ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ

ରାଜନଗର ବନଖଣ୍ଡରେ ୬୬ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ। ବନଖଣ୍ଡ ଅଧିକାରୀଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ହେଲା ଅନୁଷ୍ଠିତ । ଅଧିକ ପଢନ୍ତୁ...

66th Wildlife Week celebrated in kendrapara
ରାଜନଗର ବନଖଣ୍ଡରେ ୬୬ତମ ବନ୍ୟଜୀବ ସପ୍ତାହ ପାଳିତ

By

Published : Oct 9, 2020, 9:38 AM IST

କେନ୍ଦ୍ରାପଡ଼ା : ରାଜନଗର ବନଖଣ୍ଡ କାର୍ଯ୍ୟାଳୟ ପରିସରରେ ୬୬ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି। ବନଖଣ୍ଡ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଆଇଆଇଟି ଚେନ୍ନାଇର ପ୍ରଫେସର ଅଭିଳାଷ ରାଉଳ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ ।

ଜଳବାୟୁ ପରିବର୍ତ୍ତନ, ମଣିଷ ତଥା ଜୀବଜଗତ ପାଇଁ ଆହ୍ବାନ ସୃଷ୍ଟି କରିଛି । ବହୁ ସଂଖ୍ୟାରେ ଜୀବଜନ୍ତୁ ପୃଥିବୀ ପୃଷ୍ଠରୁ ବିଲୁପ୍ତ ହେବାରେ ଲାଗିଛନ୍ତି। ଏହାଛଡା ମଣିଷର ଜୀବନଶୈଳୀ ଅନ୍ୟ ଜୀବଜନ୍ତୁ ମାନଙ୍କ ଜୀବନକୁ ପ୍ରଭାବିତ କରିଛି। ମଣିଷ ସମାଜ ଏନେଇ ଚିନ୍ତା କରିବାର ସମୟ ଆସିଛି ବୋଲି ସେ ନିଜ ବକ୍ତବ୍ୟରେ କହିଥିଲେ।

ରାଜନଗର ବନଖଣ୍ଡରେ ୬୬ତମ ବନ୍ୟଜୀବ ସପ୍ତାହ ପାଳିତ

ଏହି ଅବସରରେ ବିଶିଷ୍ଟ ପରିବେଶବିତ ହେମନ୍ତ ରାଉତଙ୍କୁ ପରିବେଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଜୁ ପଟ୍ଟନାୟକ ପୁରସ୍କାର ପ୍ରଦାନ ସ୍ବରୁପ ମାନପତ୍ର ସମେତ ୫ହଜାର ଟଙ୍କା ପୁରସ୍କାର ରାଶି ଦିଆଯାଇଥିଲା। ବନ୍ୟପ୍ରାଣୀ ମାନଙ୍କ ପ୍ରତି ମଣିଷ ସମାଜ ସହାନୁଭୁତିଶୀଳ ହେବା ଆବଶ୍ୟକ । ଏହାସହ ମଣିଷ ଯେଉଁଭଳି ଭାବରେ ଅନ୍ୟ ଜୀବଜନ୍ତୁଙ୍କ ଜୀବନଶୈଳୀ ଉପରେ ହସ୍ତକ୍ଷେପ କରୁଛି ଅନେକ ଜୀବଜନ୍ତୁ ବିଲୁପ୍ତ ହେବାରେ ଲାଗିଛନ୍ତି ବୋଲି ସେ କହିଥିଲେ । ବନ୍ୟପ୍ରାଣୀ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ସାପ ଧରାଳି ବନ କର୍ମଚାରୀ ଯଶୋବନ୍ତ ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details