ଓଡିଶା

odisha

ETV Bharat / state

ଓଭରଲୋଡ ମାଲ ପରିବହନ: ଆଦାୟ ହେଲା 6ଲକ୍ଷ - ସଡକ ଦୁର୍ଘଟଣା ଜନିତ ମୃତ୍ୟୁ

ଓଭରଲୋଡ କରି ମାଲ ପରିବହନ କରୁଥିବା ଟ୍ରକ ଗୁଡିକରୁ ଜୋରିମାନା ଆଦାୟ କରିଛି କେନ୍ଦ୍ରାପଡା ପରିବହନ ବିଭାଗ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

By

Published : Aug 23, 2019, 9:32 PM IST

କେନ୍ଦ୍ରାପଡ଼ା: ଓଭରଲୋଡ କରି ମାଲ ପରିବହନ କରୁଥିବା ଟ୍ରକ ଗୁଡିକରୁ ଜୋରିମାନା ଆଦାୟ କରିଛି କେନ୍ଦ୍ରାପଡା ପରିବହନ ବିଭାଗ । କେନ୍ଦୁଝର, ସୁନ୍ଦରଗଡ଼ ଆଦି ଜିଲ୍ଲାରୁ ଲୁହାପଥର ପରିବହନ କରି ପାରାଦ୍ବୀପ ଯାଉଥିବା ଟ୍ରକ ଗୁଡିକଠାରୁ ଆଜି ଦିନତମାମ ଫାଇନ ଆଦାୟ ହୋଇଛି। ମାର୍ଶାଘାଇ ଥାନା ପାଖରୁ ହଜାରୀ ଛକ ପର୍ଯ୍ୟନ୍ତ ଚେକିଂ କରାଯାଇ ମୋଟ ୩୪ଟି ଓଭରଲୋଡ ଟ୍ରକରୁ ୬ ଲକ୍ଷ ୪୩ ହଜାର ୮୫୦ ଟଙ୍କା ଆଦାୟ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

କେନ୍ଦ୍ରାପଡ଼ା ପରିବହନ ବିଭାଗ ଅଧିକାରୀ ନିଖିଲ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଆଜି ସହାୟକ ପରିବହନ ଅଧିକାରୀ ଓ ମାର୍ଶାଘାଇ ପୋଲିସର ମିଳିତ ସହଯୋଗ ଏହି ଫାଇନ ଆଦାୟ କରାଯାଇଛି । ଆଗାମୀ ଦିନରେ ମଧ୍ୟ ଓଭରଲୋଡ କରି ଯାଉଥିବା ଟ୍ରକ ଗୁଡିକ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ପରିବହନ ବିଭାଗ ପକ୍ଷରୁ କୁହାଯାଇଛି ।

ଏଠାରେ ସୂଚନାଯୋଗ୍ୟ ଦୀର୍ଘ ଦିନରୁ ବନ୍ଦ ପଡିଥିବା ଲୁହାପଥର ପରିବହନ ଗତ ଜାନୁୟାରୀ ମାସରୁ ଆରମ୍ଭ ହୋଇଛି । ଅନେକ ସମୟରେ ଡ୍ରାଇଭର ମାନଙ୍କର ବେପରୁଆ ଗାଡି ଚାଳନା ପାଇଁ ଜିଲ୍ଲାରେ ଏଯାବତ ୧୦୦ରୁ ଉର୍ଦ୍ଧ୍ଵ ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ଘଟିଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details