ଓଡିଶା

odisha

ETV Bharat / state

କେନ୍ଦ୍ରାପଡାରେ 5 ନୂଆ ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା 8କୁ ବୃଦ୍ଧି - 5 new positive case in kendrapara

କେନ୍ଦ୍ରାପଡାରେ ଆଉ 5ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ। ସମସ୍ତ ଆକ୍ରାନ୍ତ ଚଳିତ ମାସ 3 ତାରିଖରେ ଗୋଟିଏ ବସରେ ସୁରଟରୁ ଫେରିଥିଲେ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଅଧିକ ପଢନ୍ତୁ...

5 new positive case
କେନ୍ଦ୍ରାପଡାରେ 5 ନୂଆ ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା 8କୁ ବୃଦ୍ଧି

By

Published : May 8, 2020, 10:43 AM IST

କେନ୍ଦ୍ରାପଡା: ଜିଲ୍ଲାରେ ଆଉ 5ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ। ସମସ୍ତ ଆକ୍ରାନ୍ତ ଚଳିତ ମାସ 3 ତାରିଖରେ ଗୋଟିଏ ବସରେ ସୁରଟରୁ ଫେରିଥିଲେ । ସମସ୍ତେ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ଥିବାବେଳେ ଗତକାଲି ସେମାନଙ୍କ ସ୍ବାବ ନମୂନା ପଜେଟିଭ୍‌ ଆସିଥିଲା । ବିଳମ୍ବିତ ରାତିରେ ସେମାନଙ୍କୁ ଅଶ୍ବିନୀ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତରଣ କରାଯାଇଛି ବୋଲି କହିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା ।

କେନ୍ଦ୍ରାପଡାରେ 5 ନୂଆ ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା 8କୁ ବୃଦ୍ଧି

ସେହିପରି ଆକ୍ରାନ୍ତ ମାନଙ୍କର କୌଣସି ଲୋକମାନଙ୍କ ସହ ସମ୍ପର୍କ ନଥିବାରୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବାର ଆବଶ୍ୟକତା ନଥିବା କୁହାଯାଇଛି। ଅପରପକ୍ଷରେ ଆକ୍ରାନ୍ତଙ୍କ ମଧ୍ୟରେ ମାର୍ଶାଘାଇ, ପଟ୍ଟାମୁଣ୍ଡାଇ, ମହାକାଳପଡା ଅଞ୍ଚଳର ବ୍ୟକ୍ତି ରହିଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ।

ଉକ୍ତ 5ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 8ରେ ପହଞ୍ଚିଛି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details