ଓଡିଶା

odisha

ETV Bharat / state

ମାଛ ମାରିବାକୁ ଯାଇଥିଲେ, ଜାଲରେ ପଡିଲା ୫ ଫୁଟର ବଉଳା କୁମ୍ଭୀର - ଚିତ୍ରୋତ୍ପଳା ନଦୀରୁ କୁମ୍ଭୀର ଉଦ୍ଧାର

କେନ୍ଦ୍ରାପଡାରୁ ବଉଳା କୁମ୍ଭୀର ଉଦ୍ଧାର । ବନବିଭାଗ ଅଧିକାରୀଙ୍କୁ ଖବର ଦେଲେ ଗ୍ରାମବାସୀ। ଅଧିକ ପଢନ୍ତୁ...

ମାଛ ମାରିବାକୁ ଯାଇଥିଲେ, ଜାଲରେ ପଡିଲା ୫ ଫୁଟର ବଉଳା କୁମ୍ଭୀର
ମାଛ ମାରିବାକୁ ଯାଇଥିଲେ, ଜାଲରେ ପଡିଲା ୫ ଫୁଟର ବଉଳା କୁମ୍ଭୀର

By

Published : Mar 25, 2022, 7:34 AM IST

କେନ୍ଦ୍ରାପଡା: ଜାଲରେ ପଡିଲା ବଉଳା କୁମ୍ଭୀର । ଗତକାଲି ବିଳମ୍ବିତ ରାତିରେ ମାଛ ଧରିବାକୁ ଯାଇଥିବା ସ୍ଥାନୀୟଲୋକେ କୁମ୍ଭୀରଟିକୁ ଉଦ୍ଧାର କରିଥିଲେ। ସୂଚନାଅନୁସାରେ, ପାଟକୁରା ଥାନା ଅଧିନ ଚିତ୍ରୋତ୍ପଳା ନଦୀର କୋରୁଆ କର୍ତ୍ତାକୁଦ ମଠ ନିକଟସ୍ଥ ନଦୀରେ ଜାଲ ପକାଇ ମାଛ ଧରୁଥିଲେ ।

ମାଛ ମାରିବାକୁ ଯାଇଥିଲେ, ଜାଲରେ ପଡିଲା ୫ ଫୁଟର ବଉଳା କୁମ୍ଭୀର

ଏହି ସମୟରେ ଏକ ବଉଳା କୁମ୍ଭୀର ଜାଲରେ ପଡିଥିଲା। ଏହାକୁ ଦେଖିବା ପରେ ସେହି କୁମ୍ଭିରକୁ ଧରି ଗ୍ରାମବାସୀ କୂଳକୁ ଆଣିଥିଲେ । ସ୍ଥାନୀୟ ଲୋକମାନେ ଏହି କୁମ୍ଭୀରଟିକୁ କାବୁକରି ଉଦ୍ଧାର କରିବା ପରେ ବନ ବିଭାଗକୁ ଜଣାଇଥିଲେ । ତେବେ ଉଦ୍ଧାର ହୋଇଥିବା ବଉଳା କୁମ୍ଭିରର ଲମ୍ବ ୫ ଫୁଟ ବୋଲି ଜଣାପଡିଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details