କେନ୍ଦ୍ରାପଡା: ଡେରାବିଶ ବ୍ଲକ ଲକ୍ଷ୍ମୀନାରାୟଣପୁର ପଞ୍ଚାୟତର କେଉଟକଣ୍ଡିଆକୁ ଗାଁକୁ 48 ଘଣ୍ଟିଆ କଣ୍ଟେନମେଣ୍ଟ ଜୋନ ଘୋଷଣା । ଯାଜପୁର ବରୀ ଅଞ୍ଚଳର ପ୍ରବାସୀ ଯୁବକ କୋରୋନା ପଜିଟିଭ ପରେ କେଉଟକଣ୍ଡିଆ ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଉକ୍ତ ପ୍ରବାସୀଙ୍କ ସହ ଅନେକ ଲୋକେ ସଂସ୍ପର୍ଶରେ ଆସିଥିବା ନେଇ ଜଣାପଡିଛି ।
ଯାଜପୁର ଜିଲ୍ଲା ବରୀ ଅଞ୍ଚଳର ଜଣେ ଯୁବକ ତାମିଲନାଡୁରୁ ଫେରିବାପରେ ୧୪ ଦିନ TMC ସେଣ୍ଟରରେ ରହିଥିଲେ । ପରେ ୭ ଦିନ ଗୃହ ସଙ୍ଗରୋଧରେ ରହିବାକୁ କୁହାଯାଇଥିଲା । ହେଲେ ସେ ସଙ୍ଗରୋଧରେ ନ ରହି ତାଙ୍କ ଶ୍ୱଶୁର ଘର କେନ୍ଦ୍ରାପଡାର କେଉଟକଣ୍ଡିଆ ଗାଁକୁ ଆସିଥିଲେ । ପରେ ତାଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିଛି ।