ଓଡିଶା

odisha

ETV Bharat / state

ଭୋଟଦାନରେ ହେରାଫେରି: ଜବରଦସ୍ତ ଭୋଟ ଦିଆଯାଇଥିବା ଅଭିଯୋଗ

ସରିଲା ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ । କେନ୍ଦ୍ରାପଡାରେ ନିର୍ବାଚନ ସୁରୁଖୁରୁରେ ସରିଥିବା ବେଳେ କେତେକ ସ୍ଥାନରେ ଭୋଟଦାନରେ ହେରାଫେରି ହୋଇଥିବାର ଅଭିଯୋଗ ହୋଇଛି ।

By

Published : Apr 29, 2019, 11:42 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା କେନ୍ଦ୍ରାପଡା

କେନ୍ଦ୍ରାପଡା: ସରିଲା ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ । କେନ୍ଦ୍ରାପଡାରେ ନିର୍ବାଚନ ସୁରୁଖୁରୁରେ ସରିଥିବା ବେଳେ କେତେକ ସ୍ଥାନରେ ଭୋଟଦାନରେ ହେରାଫେରି ହୋଇଥିବାର ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା କେନ୍ଦ୍ରାପଡା

ଆଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆଳି ବ୍ଲକ ଓ ରାଜକନିକା ବ୍ଲକରେ ୧୦ଟି ବୁଥରେ ହୋଇଥିବା ନିର୍ବାଚନରେ ଜବରଦସ୍ତ କରାଯାଇ ଭୋଟ ଦିଆଯାଇଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗ କରିଛନ୍ତି ଆଳି ବିଧାୟକ ତଥା କଂଗ୍ରେସ ପ୍ରାର୍ଥୀ ଦେବେନ୍ଦ୍ରନାଥ ଶର୍ମା । ଏହା ସହ ବୁଥ ନଂ 12 ବଟରପଡାରେ ଜଣେ କଂଗ୍ରେସ ଏଜେଣ୍ଟଙ୍କ ଫର୍ମକୁ ପ୍ରିଜାଇଡିଂ ଅଫିସର ଗ୍ରହଣ କରି ନଥିଲେ । ବୁଥନଂ -195 ମୂଳସାହି ଓ 199 ଲୋକାପଡାରେ ଜବରଦସ୍ତ କରାଯାଇ ଭୋଟ ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି ।

ଏହି ଘଟଣାକୁ ଶ୍ରୀ ଶର୍ମା ପତ୍ରମାଧ୍ୟମରେ ଜିଲ୍ଲାପାଳ, ରାଜ୍ୟ ନିର୍ବାଚନ କମିଶନ ଓ ନିର୍ବାଚନ ଅଧିକାରୀଙ୍କୁ ଅବଗତ କରାଇବା ସହ ଏଥିରେ ସଂପୃକ୍ତ ପ୍ରାର୍ଥୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ଏହା ସହ ଆଳି ବ୍ଲକ ଓ ରାଜକନିକା ବ୍ଲକର ୧୦ଟି ବୁଥରେ ସାନି ନିର୍ବାଚନ କରିବାକୁ ଦାବି କରିଛନ୍ତି ।

ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଓ ଅଭିଯୋଗ ଅନୁଯାୟୀ ତଦନ୍ତ କରାଯାଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ଦାଶରଥୀ ଶତପଥୀ । ତେବେ ଉକ୍ତ ୧୦ଟି ବୁଥରେ ନିର୍ବାଚନ ବାତିଲ କରିବା ପାଇଁ କଂଗ୍ରେସ ପ୍ରାର୍ଥୀ ନିବେଦନ କରିବା ପରେ ପ୍ରଶାସନ କେଉଁ ନିଷ୍ପତ୍ତି ନେଉଛି ତାହା ସମୟ କହିବ। ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details