କେନ୍ଦ୍ରାପଡ଼ା: ମାତିଛନ୍ତି ଲୁଟେରା । ଅଭିନବ ଉପାୟରେ କରି ଚାଲିଛନ୍ତି ଲୁଟ । ପୁଣି ଏମିତି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡାରେ । ନକଲି ପୋଲିସ ସାଜି ବିଳମ୍ବିତ ରାତିରେ ନିକିରାଇ ଥାନା ହଳଦିଆପାଟଣା ଗ୍ରାମର ସୁଧାଂଶୁ ବାରିକଙ୍କ ଘରୁ ୫୦ ହଜାର ଟଙ୍କା ସହିତ ବିଭିନ୍ନ ଗହଣା ଲୁଟି ନେବାରେ ସଫଳ ହୋଇଛନ୍ତି 4 ଜଣ ଦୁର୍ବୃତ୍ତ ।
ପୋଲିସ ନାଁ କହି ଲୁଟିନେଲେ 50 ହଜାର ଟଙ୍କା ଓ ସୁନା ଗହଣା - loot in kendrapada
ପୋଲିସ ନାଁ କହି ଲୁଟ । ବିଳମ୍ବିତ ରାତିରେ ଘରେ ପଶି 4 ଦୁର୍ବୃତ୍ତ ଲୁଟିନେଲେ 50 ହଜାର ଟଙ୍କା ସହ ସୁନା ଗହଣା । ଏହି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡାରେ । ଅଧିକ ପଢନ୍ତୁ..

ପୋଲିସ ନାଁ କହି ଲୁଟିନେଲେ 50 ହଜାର ଟଙ୍କା ସହ ସୁନା ଗହଣା
ପୋଲିସ ନାଁ କହି ଲୁଟିନେଲେ 50 ହଜାର ଟଙ୍କା ସହ ସୁନା ଗହଣା
ଏହି ଦୁର୍ବୃତ୍ତ ଘରେ ପଶି ପୋଲିସର ପରିଚୟ ଦେଇ ପ୍ରାୟ ୩୦ ମିନିଟରୁ ଊର୍ଦ୍ଧ୍ବ ସମୟ ପରିବାର ଲୋକଙ୍କୁ ଆବଦ୍ଧ କରି ଧମକାଇଥିଲେ । ଏହାପରେ ଘରେ ଥିବା ସୁନା ରୁପା ଚୋରି କରିଥିଲେ ନକଲି ପୋଲିସ । ଘଟଣାକୁ ନେଇ ନିକିରାଇ ଥାନାରେ ଏତଲା ମଧ୍ୟ ହୋଇଛି । ତେବେ ଏବେ କେନ୍ଦ୍ରାପଡା ପୋଲିସ କେବେ ଏମାନଙ୍କୁ କାବୁ କରୁଛି ତାହା ଉପରେ ସମସ୍ତଙ୍କ ନଜର ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ