ଓଡିଶା

odisha

ETV Bharat / state

ତୃତୀୟ ଦିନରେ କେନ୍ଦ୍ରାପଡାର ଲକ୍ଷ୍ମୀ ପୂଜା, ଚାନ୍ଦିମେଢ଼ରେ ଝଲସୁଛନ୍ତି ପଦ୍ମାଳୟା - gajalaxmi puja celebrate

କେନ୍ଦ୍ରାପଡା ଜିଲ୍ଲାରେ ମଧ୍ୟ ତୃତୀୟ ଦିନରେ ଚାଲିଛି ପଦ୍ମ ସୁନ୍ଦରୀଙ୍କ ପୂଜୋତ୍ସବ । ଜିଲ୍ଲାର ସର୍ବ ପୁରାତନ ତଥା ପ୍ରଥମ ଚାନ୍ଦିମେଢ଼ କାକଟ ମଙ୍ଗଳା କ୍ଲବରେ କୋଭିଡ କଟକଣା ଭିତରେ ଚାଲିଛି ପୂଜା ।

gajalaxmi puja
କେନ୍ଦ୍ରାପଡାର ଲକ୍ଷ୍ମୀ ପୂଜା

By

Published : Nov 1, 2020, 4:35 PM IST

କେନ୍ଦ୍ରାପଡା: ତୃତୀୟ ଦିନରେ ଧନର ଦେବୀ ମା' ଗଜଲକ୍ଷ୍ମୀଙ୍କ ପୂଜା । ମା'ଙ୍କୁ ଆବାହନ ପାଇଁ ଗାଁଠୁ ସହର ସବୁଠି ଉତ୍ସବମୁଖର ପରିବେଶ । କେନ୍ଦ୍ରାପଡା ଜିଲ୍ଲାରେ ମଧ୍ୟ ତୃତୀୟ ଦିନରେ ଚାଲିଛି ପଦ୍ମ ସୁନ୍ଦରୀଙ୍କ ପୂଜୋତ୍ସବ । ଜିଲ୍ଲାର ସର୍ବ ପୁରାତନ ତଥା ପ୍ରଥମ ଚାନ୍ଦିମେଢ଼ କାକଟ ମଙ୍ଗଳା କ୍ଲବରେ କୋଭିଡ କଟକଣା ଭିତରେ ଚାଲିଛି ପୂଜା ।

କେନ୍ଦ୍ରାପଡାର ଲକ୍ଷ୍ମୀ ପୂଜା

ଏହି କାକଟ ମଙ୍ଗଳା କ୍ଲବ ଲକ୍ଷ୍ମୀପୂଜା କମିଟିର ଏକ ବିଶେଷ୍ବତ ମଧ୍ୟ ରହିଛି । ଏଠାରେ ମା' ମଙ୍ଗଳା, ଗଜଲକ୍ଷ୍ମୀଙ୍କୁ ଆବାହନ କରିଥାନ୍ତି ଓ ସଂକଳ୍ପ ପୂଜାରେ ସଂକଳ୍ପ କରିଥାନ୍ତି ମା'ମଙ୍ଗଳା । ସେନେଇ ଅଧିକ ଆଲୋଚନା କରିଛନ୍ତି ଆମ କେନ୍ଦ୍ରାପଡ଼ା ପ୍ରତିନିଧି ରାଧାକାନ୍ତ ମହାନ୍ତି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details