କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଟାଉନ ପୋଲିସ ହାତରେ ତିନି ବ୍ରାଉନସୁଗାର ବେପାରୀ । ମଙ୍ଗଳବାର ସକାଳେ ଖବର ପାଇ ଟାଉନ ଥାନା ପୋଲିସ ଗୋବରୀ କୂଳରେ ଥିବା ଦିଲାପୁରରେ ଚଢାଉ କରିଥିଲା । ବ୍ରାଉନସୁଗାର ବ୍ୟବସାୟରେ ଜଡିତ ଫକିରାବାଦ ଅଞ୍ଚଳର ସେକ ରାହିଲ,ମହିପାଳ ଅଞ୍ଚଳର ମୀର ନିଜାମୁଦ୍ଦିନ ଓ ହଜାରିବଗିଚା ଗାଁର ସୁଶାନ୍ତ ରାଉତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ କରି ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରିଛି । ଏଥିସହ ଅଭିଯୁକ୍ତମାନଙ୍କ ଠାରୁ ତିନୋଟି ମୋବାଇଲ ଫୋନ ଜବତ କରାଯାଇଥିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ଟାଉନ ଥାନା ଅଧିକାରୀ ଗୌରାଙ୍ଗ ଚରଣ ପୃଷ୍ଟି ।
କେନ୍ଦ୍ରାପଡାରୁ ଲକ୍ଷାଧିକ ଟଙ୍କାର ଧଳାଜହର ଜବତ, 3 ଗିରଫ - କେନ୍ଦ୍ରାପଡ଼ା ଟାଉନ ପୋଲିସ ହାତରେ ତିନି ବ୍ରାଉନସୁଗାର ବେପାରୀ
କେନ୍ଦ୍ରାପଡା ଟାଉନ ଥାନା ପୋଲିସ ଗୋବରୀ କୂଳରେ ଥିବା ଦିଲାପୁରରେ ତିନି ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିଛି । ଏଥିସହ ସେମାନଙ୍କ ଠାରୁ ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଓ 3 ଟି ମୋବାଇଲ ଜବତ କରାଯାଇଛି । ଅଧିକ ପଢନ୍ତୁ
Brown sugar seized at Kendrapada
ଇଟିଭି ଭାରତ, କେନ୍ଦ୍ରାପଡା