ଓଡିଶା

odisha

ETV Bharat / state

ଟିଟୋକୁ ଝଟକା, ଜେଲ ଗଲେ ତିନି ସହଯୋଗୀ

ବହୁ ଅପରାଧିକ କାମରେ ସାହାଯ୍ୟ କରୁଥିବା ଟିଟୋର ଦୁଇ ଭାଇ ଓ ସଢୁକୁ ଜେଲ ପଠାଇଛି ଏସଟିଏଫ। ଜାମିନ ନାମଞ୍ଜୁର ହେବାରୁ ଏହି ତିନି ଜଣଙ୍କୁ ବାରିମୂଳ ଉପ-କାରାଗାର କୁ ପଠାଇ ଦିଆଯାଇଛି । ଏହି 3 ଜଣଙ୍କୁ ରିମାଣ୍ଡରେ ନେବା ପାଇଁ ଆସନ୍ତାକାଲି ଏସଟିଏଫ ଏସଡିଜେଏମଙ୍କ କୋର୍ଟରେ ଆବେଦନ କରିପାରେ।

By

Published : Jun 20, 2019, 8:44 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, କେନ୍ଦ୍ରାପଡା

କେନ୍ଦ୍ରାପଡ଼ା: ଏସଡିଜେଏମ କୋର୍ଟରେ ହାଜର ହେଲେ ଗ୍ୟାଙ୍ଗଷ୍ଟାର ଟିଟୋର ଦୁଇ ଭାଇ ଓ ସଢୁ । ଆଜି ଅପରାହ୍ନରେ କ୍ରାଇମବ୍ରାଞ୍ଚ ଏସଟିଏଫ ଟିଟୋର ଦୁଇ ଭାଇ ସୟଦ ଆସଫାକ ଅଲ୍ଲୀ, ସୟଦ ଇଫତିକାର ଅଲ୍ଲୀ ଓ ସଢୁ ଅମଜାଦ ଅଲ୍ଲୀଙ୍କୁ ହାଜର କରିଥିଲା । ଏହି ତିନି ଜଣଙ୍କୁ 2018 ମସିହାରେ ହୋଇଥିବା ଶ୍ୟାମ ଗୁଡ଼ିଆ ଜମି ହଡ଼ପ ମାମଲା ରେ ହାଜର କରାଯାଇଥିବା ଜଣାପଡିଛି ।

ତେବେ ହାଜର ପରେ ଜାମିନ ନାମଞ୍ଜୁର ହେବାରୁ ଏହି ତିନି ଜଣଙ୍କୁ ବାରିମୂଳ ଉପ-କାରାଗାର କୁ ପଠାଇ ଦିଆଯାଇଛି । ଏହି 3 ଜଣଙ୍କୁ ରିମାଣ୍ଡରେ ନେବା ପାଇଁ ଆସନ୍ତାକାଲି ଏସଟିଏଫ ଏସଡିଜେଏମଙ୍କ କୋର୍ଟରେ ଆବେଦନ କରିପାରେ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କେନ୍ଦ୍ରାପଡା

ସୂଚନାଯୋଗ୍ୟ ଜଗତସିଂହପୁର କୁଜଙ୍ଗ ଥାନା ଅନ୍ତର୍ଗତ ଗୋବିନ୍ଦ ଚନ୍ଦ୍ର ମହାନ୍ତି, ସରୋଜିନୀ ମିଶ୍ର ଓ ଅନ୍ୟମାନେ କେନ୍ଦ୍ରାପଡା ଗୋପଛକ ନିକଟରେ ଥିବା ୩୬ ଗୁଣ୍ଠ ଜମିରେ ଗ୍ୟାଙ୍ଗଷ୍ଟାର ଟିଟୋ, ଜି.ବାବୁ, ଚିତ୍ତୋ, ଅମଜାଦ ଖାଁ, କମଳାକାନ୍ତ ଚଇନି, ଶୁଭେନ୍ଦୁ ପତ୍ରୀ, ସୟଦ ଖାଁ ଓ ଅନ୍ୟ ୧୫ ଜଣ ଅଭିଯୁକ୍ତ ଜୋର ଜବରଦସ୍ତ ବାଲି, ମୋରମ, ଚିପ୍ସ ଓ ଅନ୍ୟାନ୍ୟ ସାମଗ୍ରୀ ରଖୁଥିବା ବେଳେ ଅଭିଯୋଗକାରୀ ଗୋବିନ୍ଦ ଚନ୍ଦ୍ର ମହାନ୍ତି ଏମାନଙ୍କୁ ବିରୋଧ କରିଥିଲେ ।

ବିରୋଧ ପରେ ଅଭିଯୁକ୍ତ ମାନେ ବନ୍ଧୁକ ଦେଖାଇ ଉକ୍ତ ବ୍ୟକ୍ତିଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଏନେଇ ଏସଟିଏଫରେ ଗତ ୧୨.୦୭.୨୦୧୮ରେ କେସ୍ ହେବାପରେ ଏସଟିଏଫ ୪୪୭, ୫୦୬, ୧୨୦(B),୩୪ IPC, ୨୫, ୨୭ ଆର୍ମ୍ସ ଆକ୍ଟରେ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ପ୍ରୟାସ ଜାରି ରଖିଥିଲା । ଏହି ଘଟଣାରେ ପୂର୍ବରୁ ଟିଟୋ, କମଳାକାନ୍ତ ଚଇନି, ଶୁଭେନ୍ଦୁ ପତ୍ରୀ, ସୟଦ ଖାଁକୁ ଗିରଫ କରିଥିଲା।

ଗତକାଲି ଏସଟିଏଫ କୌଣସି ସୂତ୍ରରୁ ଖବର ପାଇ ଆଜି ହାଜର ହୋଇଥିବା ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପରେ ଏହି ମାମଲାରେ ଗିରଫ ଦାରୀ ସଂଖ୍ୟା ୭ ରେ ପହଞ୍ଚିଛି । ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ଏସଟିଏଫ ପକ୍ଷରୁ ଉଦ୍ୟମ ଜାରି ରହିଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି , ଇଟିଭି ଭାରତ

ABOUT THE AUTHOR

...view details