ଓଡିଶା

odisha

ETV Bharat / state

ଭିତରକନିକା ମହୋତ୍ସବର ଦ୍ବିତୀୟ ସନ୍ଧ୍ୟା, ବଲିଉଡ ଗାୟକ ସରିବ ତୋଷୀଙ୍କ ଗୀତରେ ଝୁମିଲେ ଦର୍ଶକ - ଭିତରକନିକା ମହୋତ୍ସବ 2023

ଭିତରକନିକା ମହୋତ୍ସବର ଦ୍ବିତୀୟ ସନ୍ଧ୍ୟାରେ ଓଲିଉଡ ଓ ବଲିଉଡ କଳାକାରଙ୍କ ଗୀତର ଯାଦୁରେ ଝୁମିଛନ୍ତି ଦର୍ଶକ । ଅଧିକ ପଢ଼ନ୍ତୁ

bhitarkanika mahotsav in kendrapara
କେନ୍ଦ୍ରାପଡ଼ାରେ ଭିତରକନିକା ମହୋତ୍ସବ

By

Published : Mar 12, 2023, 7:09 PM IST

ଭିତରକନିକା ମହୋତ୍ସବର ଦ୍ବିତୀୟ ସନ୍ଧ୍ୟା

କେନ୍ଦ୍ରାପଡ଼ା:ନଳିତପାଟିଆ ଠାରେ ଅନୁଷ୍ଠିତ ହେଉଥିବା ଭିତରକନିକା ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଝୁମିଛନ୍ତି ପର୍ଯ୍ୟଟକ ଓ ଦର୍ଶକ । ବଲିଉଡର ଖ୍ୟାତନାମା ବିଶିଷ୍ଟ କଣ୍ଠଶିଳ୍ପୀ ସରିବ ତୋଷୀ ଓ ଓଡିଶାର ନାମୀଦାମୀ କଳାକାରଙ୍କ ଗୀତର ଯାଦୁରେ ଦର୍ଶକ ମତୁଆଲା ହୋଇଥିଲେ । ଭିତରକନିକା ମହୋତ୍ସବ ଦ୍ବିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ବିଭାଗର ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ଓଡିଶା ବିଦ୍ୟୁତ ଆୟୋଗ ଅଧ୍ୟକ୍ଷ ସୁରେଶ ମହାପାତ୍ର ଯୋଗଦେଇଥିଲେ ।

ଏହି ଅବସରରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି," ଭିତରକନିକା ପ୍ରକୃତିର ଗନ୍ତାଘର । ଭିତରକନିକା ମହୋତ୍ସବ ଦ୍ୱାରା ଭିତରକନିକାର ବିକାଶ ସହିତ ଏ ଅଞ୍ଚଳର ବିକାଶ ଘଟିବ । ପ୍ରକୃତି ବଞ୍ଚି ରହିଲେ ମଣିଷ ସମାଜ ବଞ୍ଚି ରହିବ ।" ସେହିପରି ଭିତରକନିକାକୁ ବିଶ୍ୱ ଐତିହ୍ୟର ମାନ୍ୟତା ପାଇଁ ସବୁସ୍ତରରେ ଉଦ୍ୟମ ହେବା ଆବଶ୍ୟକ ବୋଲି ଓଡିଶା ବିଦ୍ୟୁତ ଆୟୋଗ ଅଧ୍ୟକ୍ଷ ସୁରେଶ ମହାପାତ୍ର କହିଛନ୍ତି । ଭିତରକନିକା ମହୋତ୍ସବ ଭିତରକନିକାକୁ ବିଶ୍ୱ ଦରବାରରେ ପରିଚିତ କରିବାରେ ସହାୟକ ହେବ ବୋଲି ସେ ମତବ୍ୟକ୍ତ କରିଛନ୍ତି ।

ଦ୍ଵିତୀୟ ସନ୍ଧ୍ୟାର ପ୍ରାରମ୍ଭରେ "ପ୍ରକୃତି, ପରିବେଶ ଓ ହେନ୍ତାଳବଣ ସୁରକ୍ଷା" ସମ୍ପର୍କରେ ଏକ ଜାତୀୟ ସ୍ତରର କର୍ମଶାଳା ଆୟୋଜିତ ହୋଇଥିଲା । ଏଥିରେ ଜୀବ ବିଜ୍ଞାନୀ ତଥା ବଉଳା କୁମ୍ଭୀର ଗବେଷକ ଡ଼ଃ ସୁଧାକର କର ଯୋଗ ଦେଇ ଭିତରକନିକା ଜାତୀୟ ଉଦ୍ୟାନର ଜୈବ ବିବିଧତା, ଆର୍ଦ୍ରଭୂମି ଏବଂ ହେନ୍ତାଳ ବଣ ହିଁ ବିରଳ ବଉଳା କୁମ୍ଭୀର ମାନଙ୍କ ପାଇଁ ଏକମାତ୍ର ବାସସ୍ଥାନ ବୋଲି ଅଭିହିତ କରିଥିଲେ । ଏହି ପରିପ୍ରେକ୍ଷୀରେ କୁମ୍ଭୀର ବିଶାରଦ ଡ଼ଃ ସୁଧାକର କରଙ୍କୁ ଭିତରକନିକାର ଶ୍ରେଷ୍ଠ ନାୟକ ଭାବେ ସମ୍ମାନିତ କରାଯାଇଥିଲା । ଆୟୋଜିିତ କାର୍ଯ୍ୟକ୍ରମରେ ପରିବେଶବିତ ଡ଼ଃ ଅମ୍ବିକା ପ୍ରସାଦ ନନ୍ଦ, ରାଜନଗର ଡିଏଫଓ ସୁଦର୍ଶନ ଗୋପୀନାଥ ଯାଦବ ଓ କେନ୍ଦ୍ରାପଡ଼ା ଉପ ଜିଲ୍ଲାପାଳ ପ୍ରମୁଖ ଯୋଗ ଦେଇଥିଲେ ।

ତେବେ ଦ୍ଵିତୀୟ ଦିନର ମହୋତ୍ସବରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା । ଅତିଥିମାନଙ୍କୁ ଫୁଲତୋଡା ଦେଇ ସ୍ୱାଗତ କରାଯିବା ବଦଳରେ ବାଉଁଶରେ ତିଆରି ଫୁଲ ଚାଙ୍ଗୁଡ଼ିରେ ଛୋଟ ଛୋଟ ଗଛ ରଖି ଭେଟିଦେଇ ଅତିଥିଙ୍କୁ ସ୍ୱାଗତ କରାଯାଇଥିଲା । ଏହି ଅବସରରେ କନିକା ରାଜା ଶିବେନ୍ଦ୍ର ନାରାୟଣ ଭଞ୍ଜଦେଓଙ୍କୁ ସ୍ୱତନ୍ତ୍ର ସମ୍ମାନରେ ସମ୍ମାନିତ ମଧ୍ୟ କରାଯାଇଥିଲା । କନିକା ରାଜାଙ୍କ ଶାସନ ସମୟରେ ଭିତରକନିକା ଲୁଣା ଜଙ୍ଗଲର ସୁରକ୍ଷା ପାଇଁ ବ୍ୟାପକ ଆୟୋଜନ କାରଣରୁ ଏହି ସମ୍ମାନ ଉତ୍ତରାଧିକାରୀ ସୂତ୍ରରେ ଭଞ୍ଜଦେଓଙ୍କୁ ପ୍ରଦାନ କରାଯାଇଥିଲା ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ABOUT THE AUTHOR

...view details