କେନ୍ଦ୍ରାପଡ଼ା:ଜିଲ୍ଲା ଗଠନକୁ ପୁରିଛି ୨୮ ବର୍ଷ । ୧୯୩୬ ମସିହା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସମୟରେ ରାଜ୍ୟରେ ମୋଟ ୧୩ଟି ଜିଲ୍ଲା ରହିଥିଲା । 1993 ମସିହା ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଅବିଭକ୍ତ କଟକ ଜିଲ୍ଲାକୁ ବିଭାଜିତ କରାଇ ନୂତନ ଭାବେ କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଯାଜପୁର ଜିଲ୍ଲା ପ୍ରତିଷ୍ଠା କରିଥିଲେ । ସେବେଠାରୁ ଆଜିଯାଏ ଦୀର୍ଘ ୨୮ ବର୍ଷ ବିତିଯାଇଥିଲେ ମଧ୍ୟ ଅଧୁନା ଜିଲ୍ଲାର ବିକାଶ ଯେଉଁ ତିମିରେକୁ ସେଇ ତିମିରେ ବୋଲି ଅଭିଯୋଗ ହୁଏ ।
ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଭଳି ମୌଳିକ ଆବଶ୍ୟକତାଠାରୁ ବହୁଦୂରେ କେନ୍ଦ୍ରାପଡ଼ା ଜିଲ୍ଲା । ଉଚ୍ଚଶିକ୍ଷା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାର ଛାତ୍ରଛାତ୍ରୀ ମାନଙ୍କୁ ଆଜି ମଧ୍ୟ ସୁଦୂର ଅଞ୍ଚଳକୁ ପାଠପଢା ପାଇଁ ଯାଇଥାନ୍ତି । ଅପରପକ୍ଷରେ କେନ୍ଦ୍ରାପଡ଼ା ମହାବିଦ୍ୟାଳୟକୁ ବିଶ୍ୱ ବିଦ୍ୟାଳୟ ମାନ୍ୟତା ପାଇଁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ସରକାର ଭ୍ରୁକ୍ଷେପ କରୁନଥିବା ଅଭିଯୋଗ ହୋଇଛି । ସେହିପରି ଜିଲ୍ଲାରେ ଆବଶ୍ୟକୀୟ ଡାକ୍ତର ସଂଖ୍ୟା ୩ଶହରୁ ଭର୍ଦ୍ଧ୍ଵ ରହିଥିବା ବେଳେ ମାତ୍ର ୯୩ଜଣ ଡାକ୍ତରଙ୍କୁ ନେଇ ସ୍ୱାସ୍ଥ୍ୟସେବା ଚାଲିଛି ଯାହାକି ଉପାନ୍ତ ଅଞ୍ଚଳର ପରିସଂଖ୍ୟାନ ଠାରୁ କମ ।