ଓଡିଶା

odisha

ETV Bharat / state

ଜଳ ପ୍ରକଳ୍ପ ଧସ୍ତାଧସ୍ତି ଘଟଣା; ୨୪ ଗିରଫ, ବିଜେପି ନେତା ବି ସାମିଲ - ରାଜକନିକା ହିଂସାରେ ୨୪ ଗିରଫ

କାଳ ହେଲା କମ୍ପାନୀ ସମ୍ପତ୍ତି ଭଙ୍ଗାରୁଜା। ଗତକାଲି କେନ୍ଦ୍ରାପଡ଼ା ରାଜକନିକା ଭାରିଗଦା ପ୍ରସ୍ତାବିତ ମେଗା ପାନୀୟ ଜଳ ପ୍ରକଳ୍ପର ଅନେକ ଯନ୍ତ୍ରାଂଶ ସହ ଗାଡି ଭଙ୍ଗାରୁଜା ଓ ଇନ୍ଧନ ନଷ୍ଟ ଘଟଣାରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଜିଲ୍ଲା ପୋଲିସ ୨୪ ଜଣ ଆନ୍ଦୋଳନକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଧିକ ପଢନ୍ତୁ...

ଜଳ ପ୍ରକଳ୍ପ ମହାସଙ୍ଘର୍ଷରେ ୨୪ ଗିରଫ, ବିଜେପି ନେତା ମଧ୍ୟ ସାମିଲ
ଜଳ ପ୍ରକଳ୍ପ ମହାସଙ୍ଘର୍ଷରେ ୨୪ ଗିରଫ, ବିଜେପି ନେତା ମଧ୍ୟ ସାମିଲ

By

Published : Aug 13, 2021, 3:36 PM IST

କେନ୍ଦ୍ରାପଡା: କାଳ ହେଲା କମ୍ପାନୀ ସମ୍ପତ୍ତି ଭଙ୍ଗାରୁଜା। ଗତକାଲି କେନ୍ଦ୍ରାପଡ଼ା ରାଜକନିକା ଭାରିଗଦା ପ୍ରସ୍ତାବିତ ମେଗା ପାନୀୟ ଜଳ ପ୍ରକଳ୍ପର ଅନେକ ଯନ୍ତ୍ରାଂଶ ସହ ଗାଡି ଭଙ୍ଗାରୁଜା ଓ ଇନ୍ଧନ ନଷ୍ଟ ଘଟଣାରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଜିଲ୍ଲା ପୋଲିସ ୨୪ ଜଣ ଆନ୍ଦୋଳନକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଯେଉଁଥିରେ ବିଜେପି ନେତା କୃଷ୍ଣଚନ୍ଦ୍ର ପଣ୍ଡା ମଧ୍ୟ ସାମିଲ ଅଛନ୍ତି।

ଜଳ ପ୍ରକଳ୍ପ ମହାସଙ୍ଘର୍ଷରେ ୨୪ ଗିରଫ, ବିଜେପି ନେତା ମଧ୍ୟ ସାମିଲ

ସୂଚନାଯୋଗ୍ୟ, ଗତ ୧୦ ତାରିଖରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତାବିତ ମେଗା ପାନୀୟ ଜଳ ପ୍ରକଳ୍ପ ସ୍ଥାନ ସହ ଭାରିଗଦା, ବରୁଣାଡ଼ିହା ଓ ବାଳକାଟି ପଞ୍ଚାୟତରେ ୧୪୪ ଧାରା ଜାରି କରାଯାଇ କାର୍ଯ୍ୟାରମ୍ଭ କରାଯାଇଥିବା ବେଳେ ସ୍ଥାନୀୟ ଜନସାଧାରଣ ଏହାକୁ ବିରୋଧ କରି ଆସୁଛନ୍ତି। ତେବେ ଗତକାଲି (ଗୁରୁବାର) ଉତ୍ୟକ୍ତ ଲୋକେ ଏହି ପ୍ରକଳ୍ପ କାମ ଠିକା ନେଇଥିବା ମେଗା କମ୍ପାନୀର ୪୫ ଲକ୍ଷ ଟଙ୍କାର ସମ୍ପତ୍ତିକୁ ଭାଙ୍ଗିରୁଜି ନଷ୍ଟ କରିଦେଇଥିବା ଆକଳନ କରାଯାଇଛି।

ପୋଲିସ ପକ୍ଷରୁ କରାଯାଇଥିବା ଭିଡିଓ ଫୁଟେଜ ଯାଞ୍ଚ କରାଯାଇ ଏହି ଘଟଣାରେ ସମ୍ପୃକ୍ତ ୨୪ ଜଣଙ୍କୁ ଗିରଫ କରାଯାଇ ଆଳି କୋର୍ଟକୁ ଚାଲାଣ କରାଯାଇଛି। ଆଜି ଆଳି ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏ ସମ୍ପର୍କରେ ସୂଚନା ଦେବା ସହ ଭବିଷ୍ୟତରେ ଗିରଫ ସଂଖ୍ୟା ବଢିବ ବୋଲି କହିଛନ୍ତି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details