ଓଡିଶା

odisha

ETV Bharat / state

20 ଲିଟରରୁ ଊର୍ଦ୍ଧ୍ବ ଚୋରା ମଦ ଜବତ, 3 ଗିରଫ - ଚୋରା ବେପାରୀଙ୍କ ଚୋରା ମଦ ବ୍ୟବସାୟୀ

କେନ୍ଦ୍ରାପଡ଼ା ଜିଲ୍ଲାରେ ଜୋରସୋରରେ ଚାଲିଛି ଚୋରା ମଦ ବେପାର । ଏହି ଖବର ପାଇବା ପରେ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ 3ଟି ସ୍ଥାନରେ ଚଢାଉ କରି 3 ଜଣଙ୍କୁ ଗିରଫ କରିଛି ।

20 ଲିଟରରୁ ଊର୍ଦ୍ଧ୍ଵ ଚୋରା ମଦ ଜବତ, 3 ଗିରଫ

By

Published : Oct 21, 2019, 7:48 PM IST

କେନ୍ଦ୍ରାପଡ଼ା: ଲକ୍ଷ୍ମୀପୂଜା ମେଳଣ ପାଇଁ ଜିଲ୍ଲାରେ ବନ୍ଦ ରହିଛି ମଦ ଦୋକାନ । ହେଲେ ଚୋରା ବେପାରୀ ଖୁଲାମଖୁଲା ମଦ ବେପାରରେ ମାତିଛନ୍ତି । ଏଭଳି ଖବର ପାଇବା ପରେ କେନ୍ଦ୍ରାପଡ଼ା ଜିଲ୍ଲାର 3ଟି ସ୍ଥାନରେ ଚଢ଼ାଉ କରିଛି କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ । ଏହି ମାମଲାରେ 3 ଜଣ ଗିରଫ ହେବା ସହ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ।

20 ଲିଟରରୁ ଊର୍ଦ୍ଧ୍ଵ ଚୋରା ମଦ ଜବତ, 3 ଗିରଫ


କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ 20 ଲିଟରରୁ ଊର୍ଦ୍ଧ୍ଵ ଚୋରା ମଦ ଜବତ କରିବା ସହ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଜିଲ୍ଲାର ହଳଦିଆଗଡ଼ାରୁ ରମାକାନ୍ତ ନାୟକ, ବଡ଼ପାଳଗଡ଼ାରୁ ବିଜୟ ବେହେରା ଓ ଇଚ୍ଛାପୁରରୁ ବାସନ୍ତୀ ସାହୁକୁ ଗିରଫ କରାଯାଇ କେନ୍ଦ୍ରାପଡ଼ା ଏସଡିଜେଏମ କୋର୍ଟରେ ହାଜର କରାଯାଇଛି । ଜିଲ୍ଲାରେ ଅବକାରୀ ବିଭାଗ ଥାଉଥାଉ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଦ୍ଵାରା ଜିଲ୍ଲାରୁ ବାରମ୍ବାର ନିଶା ସାମଗ୍ରୀ ଜବତ ହେବା ଘଟଣା ଚୋରା ବେପାରୀ ଓ ଜିଲ୍ଲା ଅବକାରୀ ବିଭାଗର ମଧୁଚନ୍ଦ୍ରିକା ଘଟଣାକୁ ପଦାରେ ପକାଇଛି।


କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details