ଓଡିଶା

odisha

ETV Bharat / state

ପୋଖରୀରେ ବୁଡି 2 ଶିଶୁ ମୃତ - ପୋଖରୀରେ ବୁଡି 2 ଶିଶୁଙ୍କ ମୃତ୍ୟୁ

ଖେଳୁଥିବା ସମୟରେ ପୋଖରୀରେ ବୁଡି 2 ଶିଶୁଙ୍କ ସଲିଳ ସମାଧି ହୋଇଛି । କେନ୍ଦ୍ରାପଡା ଆଳି ଲୋକାପଡା ଗାଁରେ ଘଟିଛି ଏହି ଅଘଟଣ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

By

Published : Aug 24, 2019, 10:44 AM IST

କେନ୍ଦ୍ରାପଡ଼ା: ଆଳି ବ୍ଲକ ଲୋକାପଡା ଗାଁରେ ଅଘଟଣ । ଖେଳୁଥିବା ସମୟରେ ପୋଖରୀରେ ବୁଡି 2 ଶିଶୁଙ୍କ ମୃତ୍ୟୁ ହୋଇଛି । ମୃତକ ସମ୍ପର୍କୀୟ ଭାଇ ସେକ ଫରହାନ (2) ଓ ଆବୁବକର(2) ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ଆଜି ସକାଳ 8ଟା ବେଳକୁ ଖେଳିବାକୁ ଯାଇଥିବାବେଳେ ଘରକୁ ଫେରିନଥିଲେ 2 ଭାଇ । ପରେ ପରିବାର ଲୋକେ ବହୁ ଖୋଜାଖୋଜି ଆରମ୍ଭ କରିଥିଲେ । ଏହା ପରେ ଗାଁ ନିକଟସ୍ଥ ରାହାସାହୀ ପୋଖରୀରୁ 2 ଶିଶୁଙ୍କ ମୃତଦେହ ଉଦ୍ଧାର କରିଥିଲେ ଗ୍ରାମବାସୀ ।

ଏହା ପରେ ତୁରନ୍ତ ଡାକ୍ତରଖାନା ନେଇଥିଲେ ମଧ୍ୟ ତାଙ୍କୁ ସେଠାରେ ମୃତ୍ୟୁ ଘୋଷଣା କରାଯାଇଥିଲେ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details