ଓଡିଶା

odisha

ETV Bharat / state

ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଉପରେ ବଜ୍ରପାତ,୧୮ ଛାତ୍ରଛାତ୍ରୀ ଆହତ - ବଜ୍ରପାତରେ ୧୮ ଛାତ୍ରଛାତ୍ରୀ ଆହତ

କେନ୍ଦ୍ରାପଡା ଗରଦପୁର ବ୍ଲକ କାର୍ଯ୍ୟଳୟ ନିକଟରେ ଥିବା ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଉପରେ ବଜ୍ରପାତ । ଫଳରେ ୧୮ଜଣ ଛାତ୍ରଛାତ୍ରୀ ଆହତ ହୋଇଥିବା ବେଳେ ୨ଜଣ ଗୁରୁତର । ଅଧିକ ପଢନ୍ତୁ

lightning strike in kendrapara
lightning strike in kendrapara

By

Published : Aug 13, 2023, 10:44 AM IST

lightning strike in kendrapara

କେନ୍ଦ୍ରାପଡା: ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଉପରେ ବଜ୍ରପାତ । ଫଳରେ ୧୮ଜଣ ଛାତ୍ରଛାତ୍ରୀ ଆହତ ହୋଇଥିବା ବେଳେ ୨ଜଣ ଗୁରୁତର ଥିବା ଜଣାପଡିଛି । ଗୁରୁତର ୨ ପିଲାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ଗରଦପୁର ବ୍ଲକ କାର୍ଯ୍ୟଳୟ ଠାରୁ ୧୦ କିମି ଦୂରରେ ଅବସ୍ଥିତ କୁଦାନଗରୀ ହାଇସ୍କୁଲ ପରିସରରେ ଥିବା ଅସ୍ଥାୟୀ ଆଦର୍ଶ ବିଦ୍ୟାଳୟରେ ।

ସୂଚନା ଅନୁଯାୟୀ, ଶନିବାର ହୋଇଥିଲେ ମଧ୍ୟ ଆଦର୍ଶ ବିଦ୍ୟାଳୟର ନିୟମାନୁଯାୟୀ ୧୦ଟା ରୁ ୪ଟା ପର୍ଯ୍ୟନ୍ତ ସ୍କୁଲରେ ପାଠ ପଢା ହୋଇଥାଏ । ଗତକାଲି(ଶନିବାର) ଅପରାହ୍ନ ପ୍ରାୟ ୩ଟା ୪୦ ମିନିଟ ସମୟରେ ହଠାତ ବର୍ଷା ଓ ବଜ୍ରପାତ ହେବାରୁ ଷଷ୍ଠ ଓ ସପ୍ତମ ଶ୍ରେଣୀ ଗୃହରେ ଲାଗିଥିବା ଫ୍ୟାନ,ବଲବ ଓ କମ୍ପ୍ୟୁଟର ଆଦି ପୋଡିଯାଇ ପ୍ରଚଣ୍ଡ ଶବ୍ଦ କରି ଫାଟି ଯାଇଥିଲା ଏବଂ ଅଗ୍ନି ନିର୍ବାପିତ ହୋଇଥିଲା । ସେହି ସମୟରେ ଶ୍ରେଣୀ ଗୃହରେ କୌଣସି ଶିକ୍ଷକ କିମ୍ବା ଶିକ୍ଷୟତ୍ରୀ ଉପସ୍ଥିତ ନଥିଲେ । ଯାହାଫଳରେ ଛାତ୍ରଛାତ୍ରୀମାନେ ଭୟଭୀତ ହୋଇ ଚିତ୍କାର କରି ଚେତାଶୂନ୍ୟ ହୋଇ ଶ୍ରେଣୀ ଗୃହ ମଧ୍ୟରେ ପଡି ଯାଇଥିଲେ ।

ତେବେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସନ୍ତୋଶୀ ଦାସ ସାମଲ ଅନ୍ୟାନ୍ୟ ଶିକ୍ଷକ ମାନଙ୍କ ସହାୟତାରେ ଆହତ ଛାତ୍ରଛାତ୍ରୀ ମାନଙ୍କୁ ପାଟକୁରା ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ । ସେଠାରେ ଥିବା ଡାକ୍ତର ହିମାଶୁଂଭୁଷଣ ଷଢଙ୍ଗୀ ଓ ଡାକ୍ତର ପ୍ରଶାନ୍ତ କୁମାର ଜେନାଙ୍କ ତତ୍ତ୍ଵାବଧାନରେ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଆଶୁ ଚିକିତ୍ସା କରାଯାଇଥିଲା । ତେବେ ସେମାନଙ୍କ ମଧ୍ୟରୁ ଆଦ୍ୟାଶା ଲକ୍ଷ୍ମୀ ସାମଲ, ଅମ୍ରିତା ପଣ୍ଡାଙ୍କ ଅବସ୍ଥା ଗୁରୁତର ଥିବାରୁ କେନ୍ଦ୍ରାପଡା ଜିଲ୍ଲା ଚିକିତ୍ସାଳୟକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ- ପୋଖରୀରେ ଗାଧୋଉଥିଲେ ଯୁବତୀ, ଉପରୁ ଖସିଲା ମୃତ୍ୟୁ

ତେବେ ଏହି ଖବରପାଇ ରାଜ୍ୟ ବାହାରେ ଥିବା ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ,ସମବାୟ ଓ ଉଚ୍ଚଶିକ୍ଷାମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଦୁଃଖ ପ୍ରକାଶ କରିବା ସହିତ ପାଟକୁରା ଡାକ୍ତରଖାନାର ଅଧିକାରୀ ଡାକ୍ତର ହିମାଂଶୁ ଭୁଷଣ ଷଢଙ୍ଗୀ ଓ କେନ୍ଦ୍ରାପଡା ସିଡିଏମଓଙ୍କ ସହିତ ଟେଲିଫୋନ ଯୋଗେ ଯୋଗାଯୋଗ କରି ଆହତ ଛାତ୍ରଛାତ୍ରୀମାନଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଏହି ଦୁଃଖଦ ଘଟଣାର ଖବର ପାଇ ପାଟକୁରା ବିଜେପି ନେତା ତେଜେଶ୍ୱର ପରିଡା,ବ୍ଲକ ଅଧ୍ୟକ୍ଷ ଅଭୟ ମହାରାଜ ପ୍ରମୁଖ ପାଟକୁରା କେନ୍ଦ୍ରାପଡା ଡାକ୍ତରଖାନାରେ ପହଞ୍ଚି ଆହତ ଛାତ୍ରଛାତ୍ରୀ ମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିବା ଜଣାପଡିଛି।

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details