ଓଡିଶା

odisha

ଖରସ୍ରୋତା ନଦୀ ମେଗା ପାନୀୟ ଜଳ ପ୍ରକଳ୍ପ ପ୍ରସ୍ତାବିତ ସ୍ଥାନରେ ୧୪୪ ଜାରି

By

Published : Aug 10, 2021, 8:28 AM IST

Updated : Aug 10, 2021, 11:48 AM IST

ଆଜି(ମଙ୍ଗଳବାର) ରାତି 10ଟାରୁ ଅକ୍ଟୋବର ୮ ତାରିଖ ପର୍ଯ୍ୟନ୍ତ ରାଜକନିକା ବ୍ଲକର ବରୁଣାଡିହା,ଭାରିଗଦା ଓ ଆଳି ବ୍ଲକର ବାଳକାଟି ପଞ୍ଚାୟତରେ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ...

ଖରସ୍ରୋତା ନଦୀ ମେଗା ପାନୀୟ ଜଳ ପ୍ରକଳ୍ପ ପ୍ରସ୍ତାବିତ ସ୍ଥାନରେ ୧୪୪ ଜାରି
ଖରସ୍ରୋତା ନଦୀ ମେଗା ପାନୀୟ ଜଳ ପ୍ରକଳ୍ପ ପ୍ରସ୍ତାବିତ ସ୍ଥାନରେ ୧୪୪ ଜାରି

କେନ୍ଦ୍ରାପଡା: ଖରସ୍ରୋତା ନଦୀରୁ ଜଳ ନ ଛାଡିବା ଦାବିରେ କିଛି ଦିନ ହେବ କେନ୍ଦ୍ରାପଡା ଜିଲ୍ଲାରେ ଆନ୍ଦୋଳନ ମୁଣ୍ଡ ଟେକିଛି । ଚାଲିଥିବା ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି । ଅଗଷ୍ଟ ୧୦ ତାରିଖ ଭୋର 4ଟାରୁ ଅକ୍ଟୋବର ୮ ତାରିଖ ପର୍ଯ୍ୟନ୍ତ ରାଜକନିକା ବ୍ଲକର ବରୁଣାଡିହା,ଭାରିଗଦା ଓ ଆଳି ବ୍ଲକର ବାଳକାଟି ପଞ୍ଚାୟତରେ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ ।

ଖରସ୍ରୋତା ନଦୀ ମେଗା ପାନୀୟ ଜଳ ପ୍ରକଳ୍ପ ପ୍ରସ୍ତାବିତ ସ୍ଥାନରେ ୧୪୪ ଜାରି

ଏଥିସହ ମେଗା ପାନୀୟ ଜଳ ପ୍ରକଳ୍ପ ହେଉଥିବା ସ୍ଥାନରେ ୫୦୦ ମିଟର ପରିଧି ପର୍ଯ୍ୟନ୍ତ ଏହାକୁ "ନୋ ମ୍ୟାନ" ଜୋନ ଘୋଷଣା କରାଯାଇଛି । ଏହି ସ୍ଥାନକୁ କେବଳ ପ୍ରକଳ୍ପରେ ସାମିଲ ହୋଇଥିବା ଶ୍ରମିକ, କମ୍ପାନୀ ଅଧିକାରୀ, ପ୍ରଶାସନିକ ଅଧିକାରୀ ପ୍ରବେଶ କରିପାରିବେ ବୋଲି ସ୍ପଷ୍ଟ ନିର୍ଦ୍ଦେଶ ରହିଛି । ୧୪୪ ଧାରା ଜାରି ରହିଥିବା ଯାଏଁ ଉକ୍ତ ତିନୋଟି ପଞ୍ଚାୟତର କୌଣସି ସ୍ଥାନରେ ୪ରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କ ସମାଗମକୁ ଜିଲ୍ଲା ପ୍ରଶାସନ ରୋକ ଲଗାଇଛି । ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି ଉପ ଜିଲ୍ଲାପାଳ ନିରଞ୍ଜନ ବେହେରା ।

ସୂଚନାଯୋଗ୍ୟ, ଆଳି-ରାଜକନିକାର ଖରସ୍ରୋତା ନଦୀର ପାଣିକୁ ଭଦ୍ରକ ଜିଲ୍ଲାର କିଛି ଅଂଶକୁ ଦିଆଯିବା ନେଇ ପୂର୍ବରୁ ରାଜ୍ୟ ସରକାର ଘୋଷଣା କରିଥିଲେ । ଫଳରେ ଏହାକୁ ଆଳି-କନିକାବାସୀ ବିରୋଧ କରି ପ୍ରଥମେ ଯୋଜନା ସମ୍ପର୍କିତ ଆଲୋଚନା ଓ ଏହାପରେ ପଦକ୍ଷେପ ନେବା ପାଇଁ ଦାବି କରି ଦୀର୍ଘ ଦିନ ଧରି ଆନ୍ଦୋଳନ କରି ଆସୁଥିଲେ । ହେଲେ ଗତ ଦୁଇଦିନ ହେବ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଏହାକୁ ବିରୋଧ କରିଛି । ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବା ନେଇ ପ୍ରଶାସନ ବିରୋଧରେ ମେଳି ହୋଇଛନ୍ତି ଅଞ୍ଚଳବାସୀ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Aug 10, 2021, 11:48 AM IST

ABOUT THE AUTHOR

...view details