କେନ୍ଦ୍ରାପଡ଼ା: ଜିଲ୍ଲାର ରାଜନଗର ବଡଦାଣ୍ଡରେ ସୋମବାର ବିଳମ୍ବିତ ରାତିରେ ହଠାତ ଭୟାବହ ଅଗ୍ନିକାଣ୍ଡ ଘଟିଛି । ତେବେ ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିଯାଇଥିବା ସହ 2ଟି ପରିବାରର 14 ବଖରା ଘର ଜଳିପୋଡି ପାଉଁଶ ହୋଇଯାଇଛି ।
ବିଳମ୍ବିତ ରାତିରେ ଘରେ ଶୋଇଥିବା ସମୟରେ କୌଣସି କାରଣରୁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଖବର ପାଇ ଘଟଣା ସ୍ଥଳରେ ରାଜନଗର ଅଗ୍ନିଶମ ବାହିନୀ ପହଁଞ୍ଚି ନିଆଁକୁ ଆୟତ୍ତ କରିଥିଲା । ତେବେ ଏହି ଅଗ୍ନିକାଣ୍ଡରେ ବଡଦାଣ୍ଡର ନିତ୍ୟାନନ୍ଦ ମିଶ୍ରଙ୍କ ୭ ବଖରା ଓ ପ୍ରଦ୍ୟୁମ୍ନ ମିଶ୍ରଙ୍କ ୭ ବଖରା ଘର ଭଶ୍ମୀଭୂତ ହୋଇଯାଇଛି । ପିନ୍ଧିଥିବା ଲୁଗାକୁ ଛାଡି ଅନ୍ଯାନ୍ଯ କୌଣସି ଜିନିଷ ଉଦ୍ଧାର କରିବା ସମ୍ଭବପର ହୋଇପାରିନାହିଁ ବୋଲି ପୀଡିତ ଲୋକମାନେ କହିଛନ୍ତି ।