ଓଡିଶା

odisha

ETV Bharat / state

କେନ୍ଦ୍ରାପଡା ପ୍ରଶାସନର ତତ୍ପରତା, ସନ୍ଧ୍ୟା ସୁଦ୍ଧା ବାତ୍ୟା ଆଶ୍ରୟୀସ୍ଥଳକୁ ଗଲେ 11ହଜାର - କେନ୍ଦ୍ରାପଡା ନ୍ୟୁଜ

ସନ୍ଧ୍ୟା ସୁଦ୍ଧା କେନ୍ଦ୍ରାପଡାରେ ସାଢେ ୧୧ ହଜାର ଲୋକଙ୍କୁ ସ୍ଥାନାନ୍ତର କରିଛି ଜିଲ୍ଲା ପ୍ରଶାସନ l ସମୁଦ୍ର ଉପକୂଳ 2ଟି ବ୍ଲକ୍ ମହାକାଳପଡା ଓ ରାଜନଗର ବ୍ଲକରୁ ମୋଟ ୮ ହଜାର ଲୋକ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର ହୋଇଛନ୍ତି l

କେନ୍ଦ୍ରାପଡା ପ୍ରଶାସନ ଦେଖାଇଲା ତତ୍ପରତା, ସନ୍ଧ୍ୟା ସୁଦ୍ଧା ବାତ୍ୟା ଆଶ୍ରୟସ୍ଥଳକୁ ଗଲେ 11ହଜାର ଲୋକ
କେନ୍ଦ୍ରାପଡା ପ୍ରଶାସନ ଦେଖାଇଲା ତତ୍ପରତା, ସନ୍ଧ୍ୟା ସୁଦ୍ଧା ବାତ୍ୟା ଆଶ୍ରୟସ୍ଥଳକୁ ଗଲେ 11ହଜାର ଲୋକ

By

Published : May 19, 2020, 7:59 PM IST

କେନ୍ଦ୍ରାପଡା: ସାମୁଦ୍ରିକ ଝଡ'ଅମ୍ଫାନ'ର ପ୍ରଭାବ ଦେଖିବାକୁ ମିଳିଲାଣି । ଉପକୂଳବର୍ତ୍ତୀ ଅଞ୍ଚଳ ମାନଙ୍କରେ ବାତ୍ୟା ପ୍ରଭାବରେ ବର୍ଷା ହେବା ଆରମ୍ଭ ହେବା ସହ ପବନ ମଧ୍ୟ ବହିବାକୁ ଲାଗିଲାଣି । ଏହାକୁ ଦୃଷ୍ଟିରେ ରଖି ସନ୍ଧ୍ୟା ସୁଦ୍ଧା କେନ୍ଦ୍ରାପଡ଼ାରେ ସାଢେ ୧୧ ହଜାର ଲୋକଙ୍କୁ ସ୍ଥାନାନ୍ତର କରିଛି ଜିଲ୍ଲା ପ୍ରଶାସନ l

କେନ୍ଦ୍ରାପଡା ପ୍ରଶାସନ ଦେଖାଇଲା ତତ୍ପରତା, ସନ୍ଧ୍ୟା ସୁଦ୍ଧା ବାତ୍ୟା ଆଶ୍ରୟସ୍ଥଳକୁ 11ହଜାରରୁ ଉର୍ଦ୍ଧ୍ବ ସ୍ଥାନନ୍ତରିତ

ସମୁଦ୍ର ଉପକୂଳ 2ଟି ବ୍ଲକ୍ ମହାକାଳପଡା ଓ ରାଜନଗର ବ୍ଲକରୁ ମୋଟ ୮ ହଜାର ଲୋକ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର ହୋଇଛନ୍ତି l ବୃଦ୍ଧ,ରୋଗାକ୍ରାନ୍ତ ଓ ଗର୍ଭବତୀଙ୍କ ସ୍ଥାନାନ୍ତର ସମୟରେ ବିଶେଷ ସାବଧାନତା ଅବଲମ୍ବନ କରିଛି ପ୍ରଶାସନ l

ସେହିପରି ମଧ୍ୟାହ୍ନରେ ଲୋକମାନକୁ ରନ୍ଧାଖାଦ୍ୟ ପରିବେଷଣ କରାଯାଇଛି l ବାତ୍ୟା ପରବର୍ତ୍ତୀ ପୁନର୍ଗଠନ ଓ ପୁନରୁଦ୍ଧାର ପାଇଁ ପ୍ରଶାସନ ପ୍ରସ୍ତୁତ ଥିବା ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି l

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details