କେନ୍ଦ୍ରାପଡା:ହଠାତ୍ହୁ ହୁ ଜଳିଗଲା ଆମ୍ବୁଲାନ୍ସ ।ରୋଗୀ ଛାଡି ଫେରୁଥିବାବେଳେ ଆମ୍ବୁଲାନ୍ସରେ ଲାଗିଲା ନିଆଁ । କେନ୍ଦ୍ରାପଡା ଜିଲ୍ଲା ମହିପାଳ ନିକଟରେ ଘଟିଛି ଏପରି ଅଘଟଣ । ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ସୂଚନା ଦେଇଛନ୍ତି ଆମ୍ବୁଲାନ୍ସ ଡ୍ରାଇଭର ।
ସୂଚନାଅନୁସାରେ, କଟକ ବଡ଼ ମେଡିକାଲରୁ ରୋଗୀ ଛାଡି ଫେରୁଥିବା ବେଳେ କେନ୍ଦ୍ରାପଡା ମହିପାଳ ନିକଟରେ ହଠାତ ଆମ୍ବୁଲାନ୍ସରେ ନିଆଁ ଲାଗିଯାଇଥିଲା । ଆମ୍ବୁଲାନ୍ସ ବ୍ୟାଟେରୀ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ସୂଚନା ଦେଇଛନ୍ତି ଡ୍ରାଇଭର । ଅଗ୍ନିକାଣ୍ଡରେ କେହି ଆହତ ହୋଇନଥିବା ସୂଚନା ମିଳିଛି ।