ଓଡିଶା

odisha

ETV Bharat / state

ସ୍କାଏଲାଇଟ ତାଡି 10 ଭରି ସୁନା ଓ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ଘରେ ଶୋଇଥିବାବେଳେ ସ୍କାଏଲାଇଟ ଭାଙ୍ଗି ଲକ୍ଷାଧିକ ଟଙ୍କା ସହ ସୁନା ଲୁଟି ନେଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ...

By

Published : Apr 8, 2021, 8:24 PM IST

ସ୍କାଏଲାଇଟ ତାଡି 10 ଭରି ସୁନା ଓ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
ସ୍କାଏଲାଇଟ ତାଡି 10 ଭରି ସୁନା ଓ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କେନ୍ଦ୍ରାପଡା: ଘରେ ପଶି ସ୍କାଏଲାଇଟ୍ ଭାଙ୍ଗି ଲକ୍ଷାଧିକ ଟଙ୍କା ସହ ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ । ଏପରି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକରେ ।

ସ୍କାଏଲାଇଟ ତାଡି 10 ଭରି ସୁନା ଓ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ସୂଚନା ଅନୁଯାୟୀ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ସାମୁଦ୍ରିକ ଥାନା ତନ୍ତିଆପାଳ ଅଧିନ ଦତ୍ତପୁର ଗ୍ରାମର ନିରଞ୍ଜନ ପାତ୍ରଙ୍କ ଘରୁ ଲୁଟ୍ ହୋଇଛି । ଗତକାଲି(ବୁଧବାର) ବିଳମ୍ବିତ ରାତିରେ ନିରଞ୍ଜନଙ୍କ ଘରର ସ୍କାଏଲାଇଟ ଭାଙ୍ଗି କେହି ଦୁର୍ବୃତ୍ତ ୧୦ ଭରି ସୁନା ସହ ପ୍ରାୟ ୬ ଲକ୍ଷ ୨୫ ହଜାର ଟଙ୍କା ଲୁଟ୍ କରିଥିବା ଜଣାପଡିଛି । ଘରର ସମସ୍ତ ସଦସ୍ୟ ଶୋଇଥିବା ବେଳେ ଏହି ଘଟଣା ଘଟିଛି । ସକାଳୁ ଦେଖିବା ପରେ ପରିବାର ଲୋକେ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ସାମୁଦ୍ରିକ ଥାନା ତନ୍ତିଆପାଳର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details