ଫୁଲବାଣୀ : ସାଲୁଙ୍କି ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର । ଏଭଳି ଘଟଣା ଘଟିଛି ସଦରଥାନା ସାର୍ତା ଗୁଡାର କଳାମ୍ବୁର ଗାଁ ସାଲୁଙ୍କି ନଦୀରେ । ତେବେ ମୃତ ଯୁବକ ଜଣକ ଡାକପାଲା ଗାଁ ର ତାପସ କୁମାର ଘଟାଲା ବୋଲି ଜଣାପଡିଛି।
ସାଲୁଙ୍କି ନଦୀରେ ଭାସିଯାଇ ଯୁବକଙ୍କ ମୃତ୍ୟୁ - ସାଲୁଙ୍କି ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର
ବ୍ରିଜର ପ୍ରଖର ସୁଅରେ ଭାସିଯାଇ ଯୁବକଙ୍କ ମୃତ୍ୟୁ । ସଦର ଥାନା ସ।ର୍ତ।ଗୁଡାର କଳାମ୍ବୁର ଗାଁ ସାଲୁଙ୍କି ନଦୀରୁ ମୃତଦେହ ଉଦ୍ଧାର ହୋଇଛି । ତେବେ ଉକ୍ତ ଯୁବକ ଜଣକ ଡାକପାଲା ଗାଁର ତାପସ କୁମାର ଘଟାଲ ବୋଲି ସୂଚନା ମିଳିଛି । ଅଧିକ ପଢନ୍ତୁ
ସାଲୁଙ୍କି ନଦୀରେ ଭାସିଯାଇ ଯୁବକଙ୍କ ମୃତ୍ୟୁ
ସୂଚନା ଅନୁଯାୟୀ,ଗତକାଲି ରାତିରେ ଡାକପାଲା ଗାଁ ର ତାପସ କୁମାର ଘଟାଲ ଫୁଲବାଣୀ ରୁ ନିଜ ଗାଁ କୁ ବାଇକ ଯୋଗେ ଫେରୁଥିବା ବେଳେ ଡାକପାଲ ବ୍ରିଜର ପ୍ରଖର ସୁଅରେ ଭାସି ଯାଇଥିଲେ । ତେବେ ସ୍ଥାନୀୟ ଲୋକେ ନଦୀ ମଧ୍ୟରେ ଏକ ମୃତ ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଏନେଇ ଅଗ୍ନିଶମ ବିଭାଗ ଖବର ପାଇ ଟିମ ଓ ଟିମ ହ୍ୟୁମାନିଟର ସଦସ୍ୟ ଘଟାଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ ।
ଇଟିଭି ଭାରତ, ଫୁଲବାଣୀ