ଓଡିଶା

odisha

ETV Bharat / state

ବିଦ୍ୟାଳୟରେ ବଢୁଥିବା ଅସଦାଚରଣ ବିରୋଧରେ ରାଜରାସ୍ତାରେ ମହିଳା ସଂଘ - ଅସଦାଚରଣ

ସ୍କୁଲ ଓ ହଷ୍ଟେଲମାନଙ୍କରେ ଦିନକୁ ଦିନ ବଢିବାରେ ଲାଗିଛି ଅସଦାଚରଣ । ଶିକ୍ଷକଙ୍କର ଏପରି କାଣ୍ଡ ଦ୍ବାରା ଦୂଷିତ ହେବାରେ ଲାଗିଛି ବିଦ୍ୟାଳୟର ସ୍ବଚ୍ଛ ପରିବେଶ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

By

Published : Mar 12, 2019, 11:31 PM IST

ଫୁଲବାଣୀ: ସ୍କୁଲ ଓ ହଷ୍ଟେଲମାନଙ୍କରେ ଦିନକୁ ଦିନ ବଢିବାରେ ଲାଗିଛି ଅସଦାଚରଣ । ଶିକ୍ଷକଙ୍କର ଏପରି କାଣ୍ଡ ଦ୍ବାରା ଦୂଷିତ ହେବାରେ ଲାଗିଛି ବିଦ୍ୟାଳୟର ସ୍ବଚ୍ଛ ପରିବେଶ । ଯାହାର ଦୃଢ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ସ୍ଥାନୀୟ ମହିଳା ସଂଘ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ସୂଚନା ଅନୁଯାୟୀ ଫୁଲବାଣୀ ମାଦିକୁନ୍ଦା ଛକରୁ ଏକ ବିରାଟ ଶୋଭାଯାତ୍ରାରେ ଆସି ମହିଳାମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତେବେ ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଏହି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ମହିଳା ସଂଘ । ଏଥିସହ ଏପରି ଅସଦାଚରଣ ଓ ଦୁର୍ବ୍ୟବହାର ବନ୍ଦ କରିବାକୁ ଦାବି କରିଛନ୍ତି ମହିଳା ସଂଘ ।

ଏପରି ଘଟଣା ଯେପରି ଭବିଷ୍ୟତରେ ବନ୍ଦ ହେବ, ସେ ନେଇ ସରକାର ପଦକ୍ଷେପ ନେବାକୁ ମଧ୍ୟ ଆହ୍ବାନ ଦେଇଛନ୍ତି ମହିଳାମାନେ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details