ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ସାପ୍ତାହିକ ସଟଡାଉନ ରବିବାର ଶେଷ ହୋଇଛି । କିନ୍ତୁ ଫୁଲବାଣୀ ଓ ବାଲିଗୁଡା ସହରକୁ ଆସନ୍ତା ଦୁଇ ଦିନ ପାଇଁ ସଟଡାଉନ ଘୋଷଣା କରାଯାଇଛି । କୋଭିଡ ସଂକ୍ରମଣ ଦୃଷ୍ଟିରେ ରଖି ସୋମବାର ଓ ମଙ୍ଗଳବାର ଦୁଇ ଦିନ ଦୁଇ ସହର ସଟଡାଉନ ରହିବ।
କନ୍ଧମାଳ ଜିଲ୍ଲାରେ କୋଭିଡ ସଂକ୍ରମଣ ଲଗାତାର ଚିନ୍ତାଜନକ ରହିଛି । ସ୍ଥାନୀୟ ସଂକ୍ରମିତ ବାହାରିବା ପରେ ଜିଲ୍ଲାରେ ଶନିବାର ଓ ରବିବାର ଦୁଇ ଦିନ ସଟଡାଉନ ଘୋଷଣା କରାଯାଇଥିଲା। ତେବେ ଫୁଲବାଣୀ ଓ ବାଲିଗୁଡା ସହରରେ ସଟଡାଉନକୁ ଆସନ୍ତା ଦୁଇ ଦିନରେ ବୃଦ୍ଧି କରାଯାଇଛି। ସୋମବାର ଓ ମଙ୍ଗଳବାର ଦୁଇ ଦିନ ଏହି ଦୁଇ ସହରରେ ସଟଡାଉନ ଜାତି ରହିବ ବୋଲି ପ୍ରଶାସନ ଘୋଷଣା କରିଛନ୍ତି। ଫଳରେ ଦୁଇ ସହରରେ ଲଗାତାର 4 ଦିନ ବନ୍ଦ ରହୁଛି। ଲୋକଙ୍କ ସୁବିଧା ପାଇଁ ପ୍ରଶାସନ ବ୍ୟବସ୍ଥା କରୁଛି ଅତ୍ୟାବଶ୍ୟକ ଜିନିଷର ।