ଫୁଲବାଣୀ: ସଡ଼କ ଦୁର୍ଘଟଣାରେ ଯୁବ ସାମ୍ବାଦିକଙ୍କ ମୃତ୍ୟୁ (Journalist killed in road accident )। ମଙ୍ଗଳବାର ସନ୍ଧ୍ୟାରେ ଏକ ସଡକ ଦୁର୍ଘଟଣାରେ ଫୁଲବାଣୀର ୱେବ ଚ୍ୟାନେଲ ଓ ପୃଷ୍ଠଭୂମି ଖବର କାଗଜର ଯୁବ ସାମ୍ବାଦିକ ବିକାଶ ମିଶ୍ରଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ୱେବ ସାମ୍ବାଦିକ ବିକାଶ ଦିଗାଲ ଗୁରୁତର ଆହତ ହୋଇଛନ୍ତି l
ସୂଚନାଯୋଗ୍ୟ ଯେ, ଦୁହେଁ କୌଣସି ସମ୍ବାଦ ସଂଗ୍ରହ କରିବାକୁ ବାଇକରେ ଖଜୁରୀପଡା ଯାଉଥିବା ବେଳେ ସମ୍ବେ ପଦର ନିକଟରେ ଏକ ଗାଡି ବାଇକକୁ ପଛରୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ବିକାଶ ମିଶ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ । ଖବର ପାଇ ଖଜୁରୀପଡା ପୋଲିସ ଏବଂ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଦୁହିଁଙ୍କୁ ଉଦ୍ଧାର କରି ପ୍ରଥମେ ଖଜୁରୀପଡା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ l ତେବେ ବିକାଶ ମିଶ୍ରଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ବିକାଶ ଦିଗାଲଙ୍କୁ ଗୁରୁତର ଅବସ୍ଥାରେ ଫୁଲବାଣୀ ସଦରମହକୁମା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି l