ଓଡିଶା

odisha

ETV Bharat / state

କୋରୋନା କାଳରେ ଭଲିବଲ ଟୁର୍ଣ୍ଣାମେଣ୍ଟ, ଖୋଦ ସରପଞ୍ଚ ସାଜିଛନ୍ତି ଜଜ୍‌ - Volleyball tournament

କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ସୁବର୍ଣଗିରି ଗ୍ରାମପଞ୍ଚାୟତ ବାସୀଙ୍କ କୋଭିଡ ନିୟମ ଉଲଂଘନ କରି ଗାଜିନାଜୁ ଗ୍ରାମରେ ଭଲିବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଛି ।

କୋରୋନା କାଳରେ ଭଲିବଲ ଟୁର୍ଣ୍ଣାମେଣ୍ଟ, ଖୋଦ ସରପଞ୍ଚ ସାଜିଛନ୍ତି ଜଜ୍‌
କୋରୋନା କାଳରେ ଭଲିବଲ ଟୁର୍ଣ୍ଣାମେଣ୍ଟ, ଖୋଦ ସରପଞ୍ଚ ସାଜିଛନ୍ତି ଜଜ୍‌

By

Published : Sep 29, 2020, 10:59 PM IST

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ କୋରୋନା ପ୍ରାଦୁର୍ଭାବ ବଢୁଥିବା ବେଳେ କୋଟଗଡ ଅଞ୍ଚଳବାସୀଙ୍କ ଖାତିର ନାହିଁ । କୋଭିଡ ନିୟମ ଉଲଙ୍ଘନ କରି ଖେଳିଲେ ବ୍ଲକ ସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ । ପୋଲିସ ଓ ପ୍ରଶାସନ ସାଜିଛନ୍ତି ନୀରବ ଦ୍ରଷ୍ଟା । କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ସୁବର୍ଣଗିରି ଗ୍ରାମପଞ୍ଚାୟତ ବାସୀଙ୍କ କୋଭିଡ ନିୟମ ଉଲଂଘନ କରି ଗାଜିନାଜୁ ଗ୍ରାମରେ ଭଲିବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଛି ।

କୋରୋନା କାଳରେ ଭଲିବଲ ଟୁର୍ଣ୍ଣାମେଣ୍ଟ, ଖୋଦ ସରପଞ୍ଚ ସାଜିଛନ୍ତି ଜଜ୍‌

ଏଥିରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣଗିରି ଗ୍ରାମ ପଞ୍ଚାୟତ ସରପଞ୍ଚ ମାର୍କ ସୁକାମାଝୀ ଖେଳ ଉଦ୍ଘାଟନ କରିବା ପାଇଁ ଯାଇଥିଲେ। ଏଥିରେ ବହୁ ରାଜନେତା ମଧ୍ୟ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଛି । ଏହି ଲୋକ ମାନଙ୍କ ପାଖରେ ମାସ୍କ ନା ସାମାଜିକ ଦୂରତା ସତେ ଯେମିତି କୋରୋନା ମହାମାରୀ ଉଭା ହେଇଗଲା । ଯାହା ଫଳରେ ନିର୍ଭୟରେ ୫୦୦ ରୁ ଉର୍ଦ୍ଧ୍ବ ଲୋକ କିପରି ଠିଆ ହେଇଛନ୍ତି ଦେଖନ୍ତୁ ।

ଭାରତରେ କୋରୋନା ମହାମାରୀ ଦିନକୁ ଦିନ ବଢ଼ିବାରେ ଚାଲିଛି ଏବଂ କନ୍ଧମାଳ ଜିଲ୍ଲାରେ ଲୋକମାନଙ୍କର ଜୀବନ ମଧ୍ୟ ନେଉଛି । କିନ୍ତୁ କିଛି ଲୋକମାନେ ଖେଳ କୁଦ କରି ମଜା ନେଉଛନ୍ତି । ସରପଞ୍ଚ କିପରି ଖେଳରେ ସାମିଲ ହେଉଛନ୍ତି । ପୋଲିସର ବିନା ଅନୁମତିରେ ହୋଇଛି ଖେଳ । ଓଡ଼ିଶା ପାଇଁ ଗୋଟିଏ ଆଇନ୍ ଓ କୋଟଗଡ ପାଇଁ କଣ ଆଉ ନୂଆ ଆଇନ୍ ରହିଛି କି ବୋଲି ଲୋକେ ପ୍ରଶ୍ନ କରିଛନ୍ତି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details