ଫୁଲବାଣୀ: ଆକ୍ସନ ମୁଡରେ ଭିଜିଲାନ୍ସ ବିଭାଗ । ଦିନକୁ ଦିନ ଦୁର୍ନୀତି ଗ୍ରସ୍ତ ଲୋକଙ୍କ ଦମନ ପାଇଁ ଜୋସରେ ଆସିଛି ଭିଜିଲାନ୍ସ ଟିମ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡିଛନ୍ତି କନ୍ଧମାଳ ଜିଲ୍ଲା କ. ନୂଆଗାଁ ବନ ବିଭାଗ ରେଞ୍ଜର ବୈରାଗୀ ଚରଣ ବେହେରା । ଏକକାଳୀନ 3ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ ଟିମ୍ ।
କନ୍ଧମାଳ, ବୌଦ୍ଧ, ଗଞ୍ଜାମର ୭ଟି ସ୍ଥାନରେ ଚଢାଉ କରିଛି କରାଯାଇଛି । ଚଢାଉରେ ଭିଜିଲାନ୍ସ ଟିମରେ ୪ ଡିଏସପି, ୭ ଇନସିପେକ୍ଟର ଓ ଅନ୍ୟାନ୍ୟ କର୍ମଚାରୀ ରହିଛନ୍ତି । କ.ନୂଆଗାଁ ରେଞ୍ଜରଙ୍କ ସରକାରୀ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ ।
ରେଞ୍ଜରଙ୍କ ସମେତ ତାଙ୍କ ସମ୍ପର୍କୀୟଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ହୋଇଥିବା ଜଣାପଡିଛି । ଫୁଲବାଣୀ ଭିଜିଲାନ୍ସ ଜଜ୍ଙ୍କ ନିର୍ଦ୍ଦେଶ କ୍ରମେ ଏହି ଚଢାଉ କରା ଯାଇଥିଲା । ବେହେରାଙ୍କ ନାମରେ ପୂର୍ବରୁ ଦୁର୍ନୀତି ଅଭିଯୋଗ ରହିଥିଲା । ଆଜି(ଗୁରୁବାର) ସକାଳେ ଭିଜିଲାନ୍ସର ଟିମ୍ କ.ନୂଆଗାଁ ସ୍ଥିତ ତାଙ୍କ ସରକାରୀ କାର୍ଯ୍ୟାଳୟ ଓ ବାସଭବନରେ ଚଢ଼ାଉ କରିଥିଲା ଭିଜିଲାନ୍ସ ।
ସେହିପରି ଆଉ ଏକ ଟିମ୍ ବୌଦ୍ଧ ବୁଟୁପାଲିରେ ଥିବା ଘର, ଭଞ୍ଜନଗର ଲଣ୍ଡେଇ ସାହିରେ ଥିବା ଘର, ଦଦରାଲୁଣ୍ଡାରେ ଥିବା କୁକୁଡା ଫାର୍ମ ସମେତ ଦୁଇଜଣ ସମ୍ପର୍କୀୟଙ୍କ ବାସ ଭବନରେ ଚଢାଉ କରିଥିଲେ । ଆକଳନ ବେଳେ ବୈରାଗୀ ଓ ତାଙ୍କ ସମ୍ପର୍କୀୟଙ୍କ ନାମରେ ୧ କୋଟି ୪ ଲକ୍ଷ ୭୧ ହଜାର ୪୯୦ ଟଙ୍କାର ଆୟବହିର୍ଭୂତ ସମ୍ପତ୍ତି ଜବତ କରାଯାଇଛି ।