ଓଡିଶା

odisha

ETV Bharat / state

ଫିରିଙ୍ଗିଆ ଥାନା ପୋଡ଼ି ଘଟଣା: ପୂର୍ବତନ ଥାନା ଅଧିକାରୀ ଓ ହୋମଗାର୍ଡଙ୍କ ନାଁରେ ମାମଲା ରୁଜୁ, ଆନ୍ଦୋଳନ ସ୍ଥଗିତ - ଫିରିଙ୍ଗିଆ ପୂର୍ବତନ ଥାନା ଅଧିକାରୀଙ୍କ ନାଁରେ ମାମଲା ରୁଜୁ

ଫିରିଙ୍ଗିଆ ଥାନା ପୋଡି ଘଟଣାରେ ପୂର୍ବତନ ଥାନା ଅଧିକାରୀ ଓ ଦୁଇ ହୋମଗାର୍ଡଙ୍କ ଗିରଫ ଦାବି କରି ୨୮ରେ ହେବାକୁ ଥିବା ଆନ୍ଦୋଳନକୁ ସ୍ଥଗିତ ରଖିଲା କନ୍ଧମାଳ ମିଳିତ ମଞ୍ଚ । ଅଧିକ ପଢ଼ନ୍ତୁ

vandalism at phiringia police station
ଫିରିଙ୍ଗିଆ ଥାନା ପୋଡ଼ି ଘଟଣା:

By ETV Bharat Odisha Team

Published : Aug 27, 2023, 8:25 AM IST

ଫିରିଙ୍ଗିଆ ଥାନା ପୋଡ଼ି ଘଟଣା

ଫୁଲବାଣୀ: ବହୁ ଚର୍ଚ୍ଚିତ ଫିରିଙ୍ଗିଆ ଥାନା ପୋଡି ଘଟଣାରେ ନୀରିହ ଜନତାଙ୍କୁ ପୋଲିସର ବର୍ବର ମାଡକୁ ପ୍ରତିବାଦ କରି ଆସନ୍ତା ୨୮ରେ ହେବାକୁ ଥିବା କନ୍ଧମାଳ ମିଳିତ ମଞ୍ଚ ପକ୍ଷରୁ ଆନ୍ଦୋଳନ ସ୍ଥଗିତ । ପୂର୍ବତନ ଥାନା ଅଧିକାରୀ ତପନ କୁମାର ନାହକ ଏବଂ ଦୁଇ ହୋମଗାର୍ଡ ପ୍ରଶାନ୍ତ କୁମାର ପାତ୍ର, ରବିନ୍ଦ୍ର କୁମାର ନାୟକଙ୍କ ନାମରେ ଗଞ୍ଜେଇ ମାମଲା ରୁଜୁ ପରେ ପ୍ରତିବାଦ ସ୍ଥଗିତ ରଖାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲା କନ୍ଧମାଳ ମିଳିତ ମଞ୍ଚ ।

ଫିରିଙ୍ଗିଆ ଥାନା ଗାଡିରେ ଗଞ୍ଜେଇ ଚୋରା ଚାଲାଣ କରାଯାଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଓ ଏଥିରେ ପୂର୍ବତନ ଥାନା ଅଧିକାରୀଙ୍କ ସଂପୃକ୍ତିକୁ ନେଇ ଅଭିଯୋଗର କାର୍ଯ୍ୟାନୁଷ୍ଠାନ ଦାବିରେ ରାସ୍ତା ରୋକ ସହ ଉତ୍ୟକ୍ତ ଲୋକେ ଥାନା ପୋଡ଼ିବା ସହ ଭଙ୍ଗାରୁଜା କରିଥିଲେ । ଏହି ଘଟଣାକୁ ନେଇ ହୋମଗାର୍ଡ ପ୍ରଶାନ୍ତ କୁମାର ପାତ୍ର ଓ ରବୀନ୍ଦ୍ର ନାୟକଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଥ‌ିବା ବେଳେ ଥାନା ଅଧିକାରୀ ତପନ କୁମାର ନାହାକଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇ ପରେ କାର୍ଯ୍ୟରୁ ନିଲମ୍ବନ କରାଯାଇଥିଲା । ଏନେଇ କନ୍ଧମାଳ ମିଳିତ ମଞ୍ଚ ପକ୍ଷରୁ କାର୍ଯ୍ୟକର୍ତ୍ତା ମାନେ ଫିରିଙ୍ଗିଆ ଅଞ୍ଚଳ ଗସ୍ତ କରି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ l କନ୍ଧମାଳ ମଞ୍ଚ ପକ୍ଷରୁ ୧୧ ଦଫା ଦାବି ସହ ପୂର୍ବତନ ଥାନା ଅଧିକାରୀ ତପନ କୁମାର ନାହାକ ଓ ଦୁଇ ହୋମଗାର୍ଡଙ୍କ ବିରୁଦ୍ଧରେ ଗଞ୍ଜେଇ ମାମଲା ରୁଜୁ କରିବା ସହ ଗିରଫ କରିବା ପାଇଁ ଆସନ୍ତା ଅଗଷ୍ଟ ୨୮ ତାରିଖରେ ବିରାଟ ପ୍ରତିବାଦ ସଭା କରିବା ପାଇଁ ଚେତାବନୀ ଦିଆଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ:ଫିରିଙ୍ଗିଆ ଥାନା ପୋଡି ଘଟଣା, ଦକ୍ଷିଣାଞ୍ଚଳ ଆଇଜିଙ୍କୁ ସାକ୍ଷାତ କଲେ କନ୍ଧମାଳ ମିଳିତ ମଞ୍ଚର କର୍ମକର୍ତ୍ତା

ସେହି ମାମଲାରେ ପୂର୍ବତନ ଥାନା ଅଧିକାରୀ ଓ ଦୁଇ ହୋମ ଗାର୍ଡଙ୍କ ବିରୁଦ୍ଧରେ ଫିରିଙ୍ଗିଆ ଥାନାରେ ୧୪୩/୨୩ରେ ରୁଜୁ କରାଯାଇଛି । ଏଥିସହ ୩୪୨/ ୩୨୩/୩୪/ ଆଇପିସି ଏବଂ ଆର ଡବ୍ଲ୍ୟୁ ଧାରା ୨୫/୨୮/୨୯ ଏନଡିପିଏସଏକ୍ସ ଓ ଆରଡବ୍ଲ୍ୟୁ ୨୯ ପୋଲିସ ଆକ୍ଟରେ ମଧ୍ୟ ମାମଲା ରୁଜୁ ହୋଇଛି l ଫଳରେ ଆସନ୍ତା ୨୮ରେ କନ୍ଧମାଳ ମିଳିତ ମଞ୍ଚ ପକ୍ଷରୁ ଡାକରା ଦିଆଯାଇଥ‌ିବା ଆନ୍ଦୋଳନକୁ ପ୍ରତ୍ୟାହାର କରାଯାଇଛି ବୋଲି ମଞ୍ଚ କହିଛି । ଯଦି ପୋଲିସ ପ୍ରଶାସନ ତିନି ଜଣଙ୍କୁ ଗିରଫ ନକରେ ଆଗାମୀ ଦିନରେ ପୁଣି ପ୍ରତିବାଦ ହେବ ବୋଲି ମଞ୍ଚ ଚେତାବନୀ ଦେଇଛି ।

ଇଟିଭି ଭାରତ, କନ୍ଧମାଳ

ABOUT THE AUTHOR

...view details