ଫୁଲବାଣୀ: ପ୍ରତିଶୃତି ରକ୍ଷା କରି ଦିନିକିଆ ଫୁଲବାଣୀ ଗସ୍ତରେ ଆସି ରାଜ୍ୟ ସରକାର ଉପରେ ଖୁବ୍ ଗର୍ଜିଛନ୍ତି ୟୁପି ସିଏମ ଯୋଗୀ ଆଦିତ୍ୟନାଥ । ସ୍ଥାନୀୟ କରୋନେସନ ପଡିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟବାସୀଙ୍କ ପ୍ରତି ରାଜ୍ୟ ସରକାର ଦୀର୍ଘ ବର୍ଷ ଧରି କରି ଆସୁଥିବା ଅନ୍ୟାୟ ବିରୋଧରେ ଗର୍ଜିଛନ୍ତି । ଓଡିଆ ମାଟିରେ କିପରି ଜଣେ ସାଧୁଙ୍କୁ ନୃଶଂସ ଭାବେ ହତ୍ୟା କରାଯାଇଥିଲା ସେନେଇ ମଧ୍ୟ କ୍ଷୋଭ ପ୍ରକାଶ କରିଥିଲେ ଯୋଗୀ ।
ସୂଚନା ମୁତାବକ କିଛି ଦିନ ତଳେ ବିଳମ୍ବ ହେତୁ ଫୁଲବାଣୀ ଗସ୍ତକୁ ବାତିଲ କରି ନିଜର ହଜାର ହଜାର ସମର୍ଥକଙ୍କୁ ନିରାଶ କରିଥିଲେ ଯୋଗୀ । ହେଲେ ନିଜ ପ୍ରତିଶୃତି ରକ୍ଷା କରି ସୋମବାର ଫୁଲବାଣୀ ଆସି ସମର୍ଥକଙ୍କୁ ଉଦ୍ବୋଧନ ଦେଇଛନ୍ତି ଯୋଗୀ । ଏହି ଗସ୍ତରେ ଯୋଗୀ ରାଜ୍ୟ ସରକାରଙ୍କ ବିଭିନ୍ନ ବିଫଳତାକୁ ଟାର୍ଗେଟ କରିବା ସହ ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ମୃତ୍ୟୁ ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ ମଧ୍ୟ କରିଛନ୍ତି ।
ଯେଉଁ ଷଡଯନ୍ତ୍ର ପାଇଁ ସ୍ବାମୀ ଲକ୍ଷ୍ମାଣାନନ୍ଦଙ୍କ ଜୀବନ ଯାଇଥିଲା ସେହି ଷଡଯନ୍ତ୍ର ପୁଣି ରଚିବା ପାଇଁ ବିଜେଡି ପ୍ରାର୍ଥୀମାନେ ପୁଣି କନ୍ଧମାଳ ମାଟି ମାଡିଥିବା ଯୋଗୀ ଆକ୍ଷେପ କରିଛନ୍ତି । ଏଥିସହ କନ୍ଧମାଳରେ ବିଜେଡି ପ୍ରାର୍ଥୀମାନେ କେବଳ ଖ୍ରୀଷ୍ଟିଆନମାନଙ୍କ ପାଇଁ ସ୍କୁଲ କରିବାକୁ ଯାଉଥିବା ଏକ ଧର୍ମାନ୍ତରୀକରଣ ପ୍ରକ୍ରିୟା ବୋଲି କହିଛନ୍ତି ଯୋଗୀ ।