ଫୁଲବାଣୀ:ଦାରିଙ୍ଗବାଡ଼ି ହିଲଭିୟୁ ପାର୍କ ନିକଟ ପାହାଡ଼ରୁ ଅଜଣା ମୃତ ଦେହ ଉଦ୍ଧାର ହୋଇଛି । ମୃତକଙ୍କ ପରିଚୟ ମିଳିପାରିନଥିବା ବେଳେ ଦାରିଙ୍ଗବାଡ଼ି ପୋଲିସ ମୃତଦେହକୁ ଉଦ୍ଧାର କରି ଫୁଲବାଣୀ ପଠାଇଥିବା ସୂଚନା ରହିଛି ।
ସୂଚନା ମୁତାବକ, ହିଲଭିୟୁ ପାର୍କ ନିକଟ ପାହାଡ଼କୁ ସାରିଙ୍ଗିଇର୍ପି ଗ୍ରାମର କିଛି ଲୋକ ଗାଇ ଚରାଇବା ପାଇଁ ଯାଇଥିବା ବେଳେ ଗଛରେ ରସିଲାଗି ଏକ ମୃତଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ । ଏହି ଘଟଣା ବିଷୟରେ ସ୍ଥାନୀୟ ଲୋକେ ସାରିଙ୍ଗିଇର୍ପି ଗ୍ରାମର ୱାର୍ଡ ମେମ୍ବରଙ୍କୁ ଜଣାଇବା ପରେ ସେ ଦାରିଙ୍ଗବାଡ଼ି ଥାନାରେ ଲିଖିତ ସୂଚନା ଦେଇଥିଲେ ।