ଓଡିଶା

odisha

ETV Bharat / state

ଶହୀଦ ପୋଲିସ କର୍ମଚାରୀଙ୍କୁ ନିଆରା ଶ୍ରଦ୍ଧାଞ୍ଜଳି - କନ୍ଧମାଳ ଖବର

ଶହୀଦ ପୋଲିସ କର୍ମଚାରୀମାନଙ୍କୁ କନ୍ଧମାଳ ପୋଲିସର ନିଆରା ଶ୍ରଦ୍ଧାଞ୍ଜଳି । ସହରର ବିଭିନ୍ନ ଛକରେ ବ୍ୟାଣ୍ଡ ବଜାଇ ସମ୍ମାନ ଦିଆଯାଇଛି । ଅଧିକ ଖବର ପଢନ୍ତୁ...

ସହିଦ ପୋଲିସ କର୍ମଚାରୀଙ୍କୁ କନ୍ଧମାଳରେ ନିଆରା ଶ୍ରଦ୍ଧାଞ୍ଜଳି

By

Published : Oct 4, 2019, 11:36 PM IST

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ନକ୍ସଲ ହିଂସାରେ ଶହୀଦ ପୋଲିସ କର୍ମଚାରୀମାନଙ୍କୁ ନିଆରା ଢଙ୍ଗରେ ଶ୍ରଦ୍ଧାଞ୍ଜଳି । ସହରର ପ୍ରମୁଖ ଛକ ମାନଙ୍କରେ ବ୍ୟାଣ୍ଡ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଜିଲ୍ଲା ପୋଲିସ ଏବଂ ଜନସାଧାରଣ ।

ସହିଦ ପୋଲିସ କର୍ମଚାରୀଙ୍କୁ କନ୍ଧମାଳରେ ନିଆରା ଶ୍ରଦ୍ଧାଞ୍ଜଳି

ଫୁଲବାଣୀର ମାଡିକୁନ୍ଦ ଛକ, କୋର୍ଟ ଛକ, ଗୋପବନ୍ଧୁ ଛକ, ଗାନ୍ଧୀ ଛକ ପ୍ରଭୃତି ବିଭିନ୍ନ ସ୍ଥାନରେ ଏସପି ଓ ଅନ୍ୟ ପଦାଧିକାରୀମାନେ ସମ୍ମାନ ଜଣାଇଥିଲେ । ସାଧାରଣ ଲୋକେ ମଧ୍ୟ ଶହୀଦଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି ।

ଏପରି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକେ ଶହୀଦଙ୍କୁ ସବୁଠାରୁ ବଡ ତ୍ୟାଗ ଓ ବଳିଦାନକୁ ମନେରଖିବେ ଏବଂ ଏକ ଦେଶାତ୍ମବୋଧ ସୃଷ୍ଟି ହେବ । ଏପରି ନିଆରା ଉଦ୍ୟମ ମାଧ୍ୟମରେ ମାଓ ହିଂସାର ବିରୋଧରେ ଜନମତ ସୃଷ୍ଟି ହେବା ସହିତ ଦେଶମାତୃକା ପ୍ରତି ସମ୍ମାନ ମଧ୍ୟ ବୃଦ୍ଧି ପାଇବ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details