ଭୁବନେଶ୍ବର/ଫୁଲବାଣୀ: ଓଡିଶାର ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ ଦେଶର ନେତୃତ୍ବ ନେଉଛନ୍ତି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଭାରତ ବିକାଶ ପଥରେ ଆଗେଇ ଚାଲିଛି । ଭାରତର ଅର୍ଥ ବ୍ୟବସ୍ଥା ଏବେ ବିଶ୍ବରେ ପଞ୍ଚମ ହୋଇପାରିଛି । ଆମକୁ ଶାସନ କରିଥିବା ଇଂରେଜଙ୍କ ଦେଶ ଇଂଲଣ୍ଡକୁ ପଛକୁ ଠେଲି ଦେଇଛି ଭାରତ । ମୋବାଇଲ ଉତ୍ପାଦନରେ ଦ୍ବିତୀୟ ଦେଶ ଭାବେ ଭାରତ ନାଁ କରିଛି । ରାସାୟନିକ ଶିଳ୍ପରେ 160 ପ୍ରତିଶତ ବୃଦ୍ଧି ଘଟିଛି । ଭାରତ ସମେତ ଓଡିଶାର ବିକାଶ ପାଇଁ କେନ୍ଦ୍ର ସରକାର କୌଣସି ସୁଯୋଗ ହାତଛଡା କରିବେ ନାହିଁ । ଓଡିଶା ଗସ୍ତରେ ଆସି କନ୍ଧମାଳ ତୁମୁଡିବନ୍ଧ (Tumudibandha in Kandahamal) ଠାରେ ଦଳୀୟ ସାଧାରଣ ସମାବେଶକୁ ସମ୍ବୋଧିତ କରି ଏହା କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା (BJP national President P Nadda ) ।
ଏହାବି ପଢନ୍ତୁ- ଜମୁଛି ବରଗଡ ଧନୁଯାତ୍ରା, ମଥୁରାରେ କଂସ ମହାରାଜଙ୍କ ରାଜୁତି ଆରମ୍ଭ
ବଖାଣିଲେ କେନ୍ଦ୍ର ସରକାରଙ୍କ ସଫଳତା
ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କରିଥିବା ନଡ୍ଡା ସମ୍ବୋଧନରେ କହିଥିଲେ, ଓଡିଶା ବୀର ଓ ତପସ୍ବୀଙ୍କ ଭୂମି । ଓଡିଶାର ବରପୂତ୍ରଙ୍କ ସ୍ମୃତି ଚାରଣ କରିଥିଲେ । ନିଜ ସମ୍ବୋଧନରେ କେନ୍ଦ୍ର ସରକାରଙ୍କ ସଫଳତା ରାଜ୍ୟ ରାଜ୍ୟ ସରକାରଙ୍କ ବିଫଳତା ବଖାଣିଲେ ନଡ୍ଡା । କହିଥିଲେ, "ଉଜ୍ଜ୍ବଳା ଯୋଜନା ଓ ସ୍ବଚ୍ଛ ଭାରତ ମିଶନ ସଫଳତାର ସହ ଆଗେଇ ଚାଲିଛି । ନୂଆ ଜାତୀୟ ଶିକ୍ଷାନୀତି ଦେଶରେ କାର୍ଯ୍ୟକାରୀ ହୋଇଛି । ନୂଆ ଜାତୀୟ ଶିକ୍ଷାନୀତି ଆଧାରରକ ମାତୃଭାଷାରେ ଇଞ୍ଜିନିୟରିଂ ପଢ଼ିବାର ସୁବିଧା ପାଉଛନ୍ତି ଛାତ୍ରଛାତ୍ରୀ । ଭାରତ ଆଜି 100 ଦେଶକୁ କୋଭିଡ ଟିକା ଯୋଗାଇ ଥିବାବେଳେ , 48 ଟି ଦେଶକୁ ମାଗଣାରେ ଟିକା ପ୍ରଦାନ କରି ମାନବବାଦର ପରିଚୟ ଦେଇଛି । କୃଷକଙ୍କୁ କେନ୍ଦ୍ରୀୟ ଯୋଜନା ସଶକ୍ତ କରୁଥିବା ବେଳ ବାର୍ଷିକ 6 ହଜାର ଟଙ୍କା କୃଷକ ମାନଙ୍କୁ ପ୍ରଦାନ କରୁଛନ୍ତି କେନ୍ଦ୍ରସରକାର । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ସୁଫଳ ଆଜି ଦେଶର କୃଷକ ପାଉଛନ୍ତି ।"