ଫୁଲବାଣୀ: କୁମ୍ବିଂ ଅପରେସନ ବେଳେ 2 ମହିଳା ମାଓବାଦୀ ନିହତ ଘଟଣା । କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଥାନା ଅନ୍ତର୍ଗତ କନ୍ଧମାଳ -ବୌଦ୍ଧ ସୀମାନ୍ତବର୍ତ୍ତୀ ମାତାକୂପା ଜଙ୍ଗଲରେ SOG ପକ୍ଷରୁ ଚାଲିଥିଲା କୁମ୍ବିଂ ଅପରେସନ । କୁମ୍ବିଂ ଅପରେସନ ବେଳେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିଲା ଗୁଳି ବିନିମୟ । ଏହି ଘଟଣାରେ ଦୁଇ ଜଣ ମହିଳା ମାଓବାଦୀ ନିହତ ହେବା ସହିତ ସେମାନଙ୍କ ପାଖରୁ ବହୁ ମାଓ ସାମଗ୍ରୀ ମିଳିଛି । ଅନ୍ୟପଟେ ଆଜି ଘଟଣାର ଅନୁଧ୍ୟାନ କରିବା ପାଇଁ କନ୍ଧମାଳ ଜିଲ୍ଲାରେ ଆସି ପହଞ୍ଚିଛନ୍ତି ରାଜ୍ୟ ପୋଲିସ ଏବଂ CRPFର ବରିଷ୍ଠ ଅଧିକାରୀ ।
ଘଟଣାର ଅନୁଧ୍ୟାନ ପାଇଁ ଏହି ଟିମରେ ଆସିଛନ୍ତି ରାଜ୍ୟ ପୋଲିସ IG ଅପରେସନ ଅମିତାଭ ଠାକୁର , IG Intelligence ସଂଜୀବ କୁମାର ପଣ୍ଡା, SIW DIG ଅନିରୁଦ୍ଧ ସିଂ, Additional Director IB ରିଥିକ ରୁଦ୍ର, ଦକ୍ଷିଣାଞ୍ଚଳ IG ସତ୍ୟବ୍ରତ ଭୋଇ ,CRPF 8th ବାଟାଲିୟନ IG ଏସ. କେ ମହାନ୍ତି, CRPF 127 ବାଟାଲିଆନର କାମାଣ୍ଡେଣ୍ଟ ଆନନ୍ଦ ଝା ପ୍ରମୁଖ ଆସି ଫୁଲବାଣୀ ସ୍ଥିତ ଜିଲ୍ଲା ରିଜର୍ଭ ପୋଲିସ ମୁଖ୍ୟାଳୟରେ ପହଞ୍ଚିଛନ୍ତି । ଏନେଇ ଜିଲ୍ଲାରେ ନକ୍ସଲ ବିରୋଧୀ କୁମ୍ବିଂ ଅପେରସନ ଓ ମାଓବାଦୀ ମାନଙ୍କ ଗତିବିଧି ନେଇ କନ୍ଧମାଳ ଏସ. ପି ବିନୀତ ଅଗ୍ରୱାଲ ଙ୍କ ସହିତ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଏଥିସହିତ 2 ନିହତ ମହିଳା ମାଓବାଦୀଙ୍କ ମୃତଦେହ ଓ ମାଓବାଦୀ ବ୍ୟବହୃତ ସାମଗ୍ରୀ ଗୁଡ଼ିକ ଦେଖିଥିଲେ ।