ଓଡିଶା

odisha

ପୋଖରୀରେ ବୁଡ଼ି ଚାଲିଗଲା ଦୁଇ ଶିଶୁଙ୍କ ଜୀବନ

By ETV Bharat Odisha Team

Published : Sep 1, 2023, 10:56 PM IST

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ରାଣୀପଦର ଗ୍ରାମରେ ଅଭାବନୀୟ ଘଟଣା । ପୋଖରୀରେ ବୁଡ଼ି ଦୁଇ ଶିଶୁଙ୍କ ମୃତ୍ୟୁ ଘଟିଛି । ଅଧିକ ପଢ଼ନ୍ତୁ

two child died after drowned in pond
ପୋଖରୀରେ ବୁଡ଼ି ଦୁଇ ଶିଶୁଙ୍କ ମୃତ୍ୟୁ

ଫୁଲବାଣୀ: ପୋଖରୀରେ ବୁଡ଼ି ଦୁଇ ଶିଶୁଙ୍କ ମୃତ୍ୟୁ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଗୁମିକିଆ ଗ୍ରାମପଞ୍ଚାୟତର ରାଣୀପଦର ଗ୍ରାମରେ ଏଭଳି ଦୁଃଖଦ ଘଟଣା ଘଟିଛି । ମୃତ ଦୁଇ ଶିଶୁ ରାଣୀପଦର ଗ୍ରାମର ପିତସ ପ୍ରଧାନ ଓ ଲଳିତ ପ୍ରଧାନଙ୍କ ପାଞ୍ଚ ବର୍ଷର ପୁଅ ହିମାଂଶୁ ପ୍ରଧାନ ଓ ସଲଟିଜନ୍ ପ୍ରଧାନ ହୋଇଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ଶୁକ୍ରବାର ଅପରାହ୍ନରେ ରାଣୀପଦର ଗ୍ରାମର ପିତା ପ୍ରଧାନଙ୍କ ସ୍ତ୍ରୀ ଏଷ୍ଟୋରୀ ପ୍ରଧାନ ନିକଟସ୍ଥ ଚୁଆକୁ ପାଣି ଆଣିବା ପାଇଁ ଯାଇଥିଲେ । ଏହି ସମୟରେ ତିନିଜଣ ଶିଶୁ ତାଙ୍କ ପଛରେ ଯାଇ ଥିଲେ । ତେବେ ଏଷ୍ଟୋରୀ ଚୁଆରୁ ଫେରିବା ପୂର୍ବରୁ ତିନିଜଣ ଶିଶୁ ସେଠାରୁ ଆଗୁଆ ଫେରି ଆସିଥିଲେ । ଫେରିବା ବେଳେ ଦୁଇ ଶିଶୁ ହିମାଂଶୁ ଓ ସଲଟିଜନ୍ ବାଟରେ ଥିବା ଏକ ପୋଖରୀରେ ଖସି ପଡ଼ିଥିଲେ । କିଛି ସମୟ ପରେ ଅନ୍ୟ ଶିଶୁଟି ଘରକୁ ଆସି ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର ଲୋକେ ପୋଖରୀ ନିକଟକୁ ଯାଇ ଉଭୟ ଶିଶୁଙ୍କୁ ଉଦ୍ଧାର କରି ପ୍ରଥମେ ବୁଡାଗୁଡ଼ା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ନଥିବାରୁ ପୁଣି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । କିନ୍ତୁ ସେଠାରେ ଡାକ୍ତର ଉଭୟ ଶିଶୁଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି । ଦୁଇ ଶିଶୁଙ୍କ ଅକାଳ ବିୟୋଗରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ସେପଟେ ପୁଅକୁ ହରାଇ ଦୁଇ ମାଆଙ୍କ ଆଖିରୁ ଲୁହ ଶୁଖୁନଥିବା ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ:ଗାଧୋଇବାକୁ ଯାଇ ପାଖରୀରେ ବୁଡିଲେ ଦୁଇ ନାବାଳକ: ଜଣେ ମୃତ, ଜଣେ ଗୁରୁତର

ନିକଟରେ ଢେଙ୍କାନାଳ ସହରର ଲକ୍ଷ୍ମୀ ବଜାରର ମଲ୍ଲା ସାହିର ଦୁଇ ଜଣ ନାବାଳକ ପୋଖରୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଥିବା ଜଣାପଡ଼ିଛି । ଉଭୟ ଶିଶୁ ଦୁଇଜଣ ସାହି ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଗୋଡ଼ ଖସି ଯିବାରୁ ପାଣିରେ ବୁଡି ଯାଇଥିଲେ । ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିଲେ । ମୃତ ନାବାଳକ ଜଣଙ୍କ ମଲ୍ଲା ସାହି ତ୍ରିଲୋଚନ ବେହେରାଙ୍କ ୧୩ ବର୍ଷର ପୁଅ ଏବଂ ଉଦ୍ଧାର ହୋଇଥିବା ନାବାଳକ ପଞ୍ଚାନନ ବେହେରାଙ୍କ ପୁଅ ବୋଲି ଜଣାପଡିଛି । ଏହି ଘଟଣାରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ଅଧିକ ତଦନ୍ତ କରୁଛି ।

ଇଟିଭି ଭାରତ, କନ୍ଧମାଳ

ABOUT THE AUTHOR

...view details