ଓଡିଶା

odisha

By

Published : Jul 18, 2019, 5:46 PM IST

ETV Bharat / state

ସଡକ ଦୁର୍ଘଟଣାରେ ଜଣେ ମୃତ, 3 ଗୁରୁତର

କନ୍ଧମାଳରେ ଦୁଇଟି ପୃଥକ ପୃଥକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା 3 ଜଣ ଗୁରୁତର ଆହତ ହୋଇଛନ୍ତି । ପ୍ରଥମେ ଗୁରୁତରଙ୍କୁ ଫୁଲବାଣୀ ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ପରବର୍ତ୍ତୀ ସମୟରେ ବ୍ରହ୍ମପୁରକୁ ସ୍ଥାନାନ୍ତର ।

ଫଟୋ ସୌଜନ୍ୟ : ସମ୍ବାଦଦାତା,କନ୍ଧମାଳ

କନ୍ଧମାଳ: ଜିଲ୍ଲାର ଦୁଇଟି ପୃଥକ ସ୍ଥାନରେ ଦୁର୍ଘଟଣା ହୋଇଥିବାର ଖବର ମିଳିଛି । ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 3 ଗୁରୁତର ଆହତ ହୋଇଛନ୍ତି । କନ୍ଧମାଳ ସଦର ଥାନା ଅଧିନସ୍ଥ ପକନା ଗାଁରେ ବାଇକ - ବସ ଦୁର୍ଘଟଣା ଘଟି ଜଣେ ଗୁରୁତର ଆହତ ହୋଇଥିଲେ ।

ଅନ୍ୟପଟେ ବିଶିପଡା ଠାରେ ବାଲି ବୋଝେଇ ଟ୍ରାକ୍ଟର ଓଲଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 2 ଜଣ ଆହତ ହୋଇଛନ୍ତି। ପ୍ରଥମେ ଗୁରୁତରଙ୍କୁ ଫୁଲବାଣୀ ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଅବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ଗୁରୁତରଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details