ଓଡିଶା

odisha

ETV Bharat / state

ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ; ଦୁଇ ଦୋଷୀଙ୍କୁ 20 ବର୍ଷ ଜେଲ - ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ

ଦୀର୍ଘ ତିନି ବର୍ଷ ପରେ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ ଘଟଣାରେ ରାୟ ପ୍ରକାଶ କରିଛନ୍ତି ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ୍ । ଦୁଇ ଦୋଷୀଙ୍କୁ 20 ବର୍ଷ ସଶ୍ରମ କାରାଦାଣ୍ଡ ଶୁଣାଇବା ସହ 57 ହଜାର ଟଙ୍କା ଜୋରିମାନା କରିଛନ୍ତି କୋର୍ଟ ।

twenty-years-convicted-in-minor-gang-rape
twenty-years-convicted-in-minor-gang-rape

By

Published : Jan 21, 2020, 5:56 PM IST

କନ୍ଧମାଳ: ବାଲିଗୁଡା ଥାନା ଅଞ୍ଚଳର ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ଗଣଦୁଷ୍କର୍ମ ମାମଲାରେ ଦଣ୍ଡାଦେଶ ଶୁଣାଇଛନ୍ତି ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ପୋକ୍ସ କୋର୍ଟ । ଅଭିଯୁକ୍ତ ବାଲିଗୁଡା ଖଜୁରିନାଳ ଦୁମୁଡିସାହିର ରଞ୍ଜିତ ସାହୁ ଓ ସିନ୍ଧ୍ରିଗାଁ ପାସେରିପଡାର ଅରୁଣ ସାହୁକୁ ଦୋଷୀ ସାବ୍ୟସ୍ତ କରି 20 ବର୍ଷ ସଶ୍ରମ କାରା ଦଣ୍ଡାଦେଶ କରିଥିବା ବେଳେ 57 ହଜାର ଟଙ୍କା ଜୋରିମାନା କରିଛନ୍ତି। ଏହି ମାମଲାରେ ଜଣକୁ କୋର୍ଟ ଖଲାସ ମଧ୍ୟ କରିଛନ୍ତି।

ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ; ଦୁଇ ଅଭିଯୁକ୍ତଙ୍କୁ 20 ବର୍ଷ କାରାଦଣ୍ଡ

କୋର୍ଟଙ୍କ ସୂଚନା ଅନୁସାରେ ଦଶମ ଶ୍ରେଣୀରେ ପଢୁଥିବା ନାବାଳିକା ଜଣଙ୍କ ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ଏହି ଦୁଇ ଅଭିଯୁକ୍ତ ପିଡିତାର ପାଟି ବନ୍ଦ କରି ଉଠାଇ ନେଇଥିଲେ। ପରେ ମଟର ସାଇକେଲ ଓ କାରରେ ଜଙ୍ଗଲକୁ ନେଇ ଗଣଦୁଷ୍କର୍ମ କରିଥିଲେ। ଏହାପରେ ପଥରରେ ଛେଚି ହତ୍ୟା ଉଦ୍ୟମ କରିଥିଲେ। କିନ୍ତୁ ଅନ୍ୟ ଜଣେ ପହଁଚି ଉଦ୍ଧାର କରିବାକୁ ଉଦ୍ୟମ କରିବାରୁ ତାକୁ ମଧ୍ୟ ମାଡ଼ ମାରି ଲହୁଲୁହାଣ କରିଥିଲେ ଦୁଇ ଅଭିଯୁକ୍ତ।

ଗୁରୁତର ଅବସ୍ଥାରେ ଉଭୟଙ୍କୁ ଗାଁ ଲୋକେ ଉଦ୍ଧାର କରି ବାଲିଗୁଡା ମେଡିକାଲରେ ଭର୍ତ୍ତି କରିଥିଲେ । ପରେ ପରିବାରଲୋକେ ପହଁଚି ଏତଲା ଦାଏର କରିଥିଲେ। 2016 ମସିହା ଡିସେମ୍ବର 22 ତାରିଖରେ ଘଟିଥିବା ଏହି ଘଟଣାରେ ଆଜି ରାୟ ପ୍ରକାଶ କରିଛନ୍ତି ମାନ୍ୟବର କୋର୍ଟ । ମୋଟ 15 ଜଣ ସାକ୍ଷୀଙ୍କ ପ୍ରମାଣଙ୍କୁ ଭିତ୍ତି କରି କୋର୍ଟ ଏହି ରାୟ ପ୍ରକାଶ କରିଛନ୍ତି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details