ଫୁଲବାଣୀ:ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ମନମୁଖୀ କାର୍ଯ୍ୟକଳାପକୁ ବିରୋଧ । ସଂସ୍କୃତି ଅଧିକାରୀ କଳାକାରଙ୍କୁ ଗାଳିଗୁଲଜ କରିବା ସହ ଅସମ୍ମାନ କରୁଥିବା ନେଇ ସଙ୍ଗୀନ ଅଭିଯୋଗ ଆଣିଛି ଜିଲ୍ଲା ପାରମ୍ପରିକ ଲୋକ କଳାକାର ସଂଘ । ଏହାର ପ୍ରତିବାଦରେ କଳାକାରମାନେ ପାରମ୍ପରିକ ବେଶ ପୋଷାକ ପିନ୍ଧି ମାଦିକୁନ୍ଦା ଛକରୁ ଏକ ଶୋଭାଯାତ୍ରାରେ ବାହାରି ଜଲ୍ଲାପାଳଙ୍କ କାର୍ଯାଳୟ ପର୍ଯ୍ୟନ୍ତ ଯାଇଥିଲେ । ଏହି ଅବସରରେ କଳାକାର ସଂଘ ଜିଲ୍ଲାପାଳଙ୍କୁ ଭେଟି ଛଅଦଫା ଦାବି ପତ୍ର ପ୍ରଦାନ କରିଛନ୍ତି ।
ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ତୁରନ୍ତ ବଦଳି କରାଯିବା ନେଇ ଦାବି ଜଣାଇଛନ୍ତି । ସେହିପରି ଲୋକ କଳାକାର ସଂକିର୍ତ୍ତନ ମଣ୍ଡଳୀକୁ ତୁରନ୍ତ ସାମିଲ କରାଯାଉ । ଭାଗବତ ଟୁଙ୍ଗୀର ପୁନଃ ଉଦ୍ଧାର କରାଯାଉ । କଳାକାରଙ୍କୁ ଶୀଘ୍ର ପେନସନ ଦିଆଯିବାର ବ୍ୟବସ୍ଥା କରାଯାଉ l ବିଶ୍ବ ମହାମାରୀ କୋରୋନାରେ କ୍ଷତିଗ୍ରସ୍ତ ପେସାଦାର କଳାକାରଙ୍କୁ ସଚେତନତା କାର୍ଯ୍ୟକ୍ରମ ଦିଆଯାଉ । ଏବଂ ସ୍ବାଭିମାନ କଳାକାରଙ୍କୁ ଉପଯୁକ୍ତ ସମ୍ମାନ ଦିଆଯିବା ନିମନ୍ତେ ସଂଘ ପକ୍ଷରୁ ଦାବି କରାଯାଇଛି l