ଓଡିଶା

odisha

ETV Bharat / state

ଭାରସାମ୍ୟ ହରାଇ ଗାତକୁ ଖସିଲା ଟ୍ରାକ୍ଟର, ଡ୍ରାଇଭର ମୃତ

ଇଟା ବୋଝେଇ ଟ୍ରାକ୍ଟର ଭାରସାମ୍ୟ ହରାଇ ଗାତକୁ ଖସି ପଡିବା ଫଳରେ ଡ୍ରାଇଭର ମୃତ । ଫୁଲବାଣୀର ପକନା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡେଙ୍ଗୀଣିକିଆ ଗ୍ରାମର ରାଜୀବ କହଁର ଏହି ଅଘଟଣରେ ପ୍ରାଣ ହରାଇଛନ୍ତି  ।

By

Published : Apr 23, 2019, 10:20 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

କନ୍ଧମାଳ: ଇଟା ବୋଝେଇ ଟ୍ରାକ୍ଟର ଭାରସାମ୍ୟ ହରାଇ ଗାତକୁ ଖସି ପଡିବା ଫଳରେ ଡ୍ରାଇଭର ମୃତ । ଫୁଲବାଣୀର ପକନା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡେଙ୍ଗୀଣିକିଆ ଗ୍ରାମର ରାଜୀବ କହଁର ଏହି ଅଘଟଣରେ ପ୍ରାଣ ହରାଇଛନ୍ତି ।


ସୂଚନା ଅନୁସାରେ ରାଜୀବ କହଁର ଗଞ୍ଜୁଗୁଡା ଗ୍ରାମକୁ ଏକ ଘର ନିର୍ମାଣ କାମ ପାଇଁ ଇଟା ବୋଝେଇ ଟ୍ରାକ୍ଟରରେ ନେଇ ଯାଉଥିଲେ । କିଛି ସମୟ ପରେ ଟ୍ରାକ୍ଟର ଭାରସାମ୍ୟ ହରାଇ ରାସ୍ତାକଡ ଗାତକୁ ଖସି ପଡିଥିଲା । ଫଳରେ ଟ୍ରାକ୍ଟର ଡ୍ରାଇଭର ଉପରେ ମାଡି ବସିଥିଲା । ପରେ ଗ୍ରାମବାସୀ ରାଜୀବଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ରାଜୀବଙ୍କୁ ମୃତ ଘୋଷଣା କରିଛନ୍ତି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details