ଓଡିଶା

odisha

ETV Bharat / state

ମାଟ୍ରିକ ଟପ୍ପରଙ୍କୁ ସମ୍ବର୍ଦ୍ଧନା କଲା ପ୍ରେସ କ୍ଲବ - କନ୍ଧମାଳ ପ୍ରେସ କ୍ଲବ ପକ୍ଷରୁ ମାଟ୍ରିକ ଟପ୍ପରଙ୍କୁ ସମ୍ବର୍ଦ୍ଧନା

ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କନ୍ଧମାଳ ଜିଲ୍ଲାରେ କୃତ୍ତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ପ୍ରେସ କ୍ଲବ ପକ୍ଷରୁ ସମ୍ବର୍ଦ୍ଧ୍ବତ କରାଯାଇଛି। ଅଧିକ ପଢ଼ନ୍ତୁ

topper students of kandhamal in 10th examination felicitated by district press club
ପ୍ରେସ କ୍ଲବ ପକ୍ଷରୁ ମାଟ୍ରିକ ଟପ୍ପରଙ୍କୁ ସମ୍ବର୍ଦ୍ଧନା

By

Published : Jul 27, 2022, 10:42 AM IST

ଫୁଲବାଣୀ:ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କନ୍ଧମାଳ ଜିଲ୍ଲାରେ କୃତ୍ତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ପ୍ରେସ କ୍ଲବ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଜିଲ୍ଲା ମଙ୍ଗଳ ବିଭାଗର ଆଶ୍ରମ ସ୍କୁଲ ଓ ଶିକ୍ଷାବିଭାଗ ଦ୍ଵାରା ପରିଚାଳିତ ସ୍କୁଲଗୁଡ଼ିକ ମଧ୍ୟରେ ପ୍ରଥମ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ମାନ ପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଛି ।

ପ୍ରେସ କ୍ଲବ ପକ୍ଷରୁ ମାଟ୍ରିକ ଟପ୍ପରଙ୍କୁ ସମ୍ବର୍ଦ୍ଧନା

ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ତନୁଶ୍ରୀ ଆଚାର୍ଯ୍ୟ 580 ନମ୍ବର ରଖି ଜିଲାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ 578 ମାର୍କ ରଖି ଶ୍ରାବଣୀ ଦାଶ ଦ୍ୱିତୀୟ ଓ ଅଙ୍କିତା ଭୋଇ 574 ମାର୍କ ରଖି ତୃତୀୟ ସ୍ଥାନରେ ରହିଛନ୍ତି । ମୋଟ ୬ଜଣ ଉତିନ୍ନ ଛାତ୍ରଛାତ୍ରୀଙ୍କୁ ଫୁଲବାଣୀ ଜିଲ୍ଲା ପ୍ରେସ କ୍ଲବ ପକ୍ଷରୁ ମାନପତ୍ର, ଫୁଲତୋଡ଼ା ସହ ଉପହାର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ବୟସକୁ ପଛରେ ପକାଇ ଷାଠିଏ ବର୍ଷରେ ଶିକ୍ଷାକୁ ଗୁରୁତ୍ଵ ଦେଇ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଓ ଲୁଇସିଂର ସରପଞ୍ଚ ସୁଦର୍ଶନ କହଁର ଭଲ ନମ୍ବର ରଖି ପ୍ରଥମ ଶ୍ରେଣୀରେ ମାଟ୍ରିକ ପାସ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ।

ତେଣୁ ସେମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ବରିଷ୍ଠ ସାମ୍ବାଦିକ ତଥା ପ୍ରେସ କ୍ଲବ ସଭାପତି ସୁନୀଲ ପଟ୍ଟନାୟକଙ୍କ ସଭାପତିତ୍ଵରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟଅତିଥି ଭାବେ ବିଧାୟକ ଅଙ୍ଗଦ କହଁର ଯୋଗ ଦେଇଥିବା ବେଳେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ନିରୁପମା ଦୋରା ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଉପସ୍ଥିତ ଥିଲେ । ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କ ଉଜ୍ଵଳମୟ ଭବିଷ୍ୟତ ଓ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ । ପରିଶ୍ରମ ହିଁ ଉନ୍ନତ ରାସ୍ତା ଦେଖାଏ ବୋଲି ବିଧାୟକ ଅଙ୍ଗଦ କହଁର କହିଥିଲେ।

ଇଟିଭି ଭାରତ, ଫୁଲବାଣୀ

ABOUT THE AUTHOR

...view details