ଓଡିଶା

odisha

ETV Bharat / state

ଜମୁଛି କନ୍ଧମାଳ ମହୋତ୍ସବ: ପାଇକଙ୍କ ବୀର ନୃତ୍ୟ ସାଙ୍ଗକୁ ମହାରାଷ୍ଟ୍ର ଲୋକନୃତ୍ୟ - ଲୋକନୃତ୍ୟରେ ଦୁଲୁକୁଛି ମଞ୍ଚ

5 ଦିନ ଧରି ଜାରି ରହିଛି କନ୍ଧମାଳ ମହୋତ୍ସବ । ସ୍ଥାନୀୟ କଳାକାରଙ୍କ ଲୋକନୃତ୍ୟରେ ଦୁଲୁକୁଛି ମଞ୍ଚ। ଅଧିକ ପଢନ୍ତୁ....

kandhamala closing ceremony
ଜମୁଛି କନ୍ଧମାଳ ମହୋତ୍ସବ

By

Published : Feb 6, 2020, 12:52 PM IST

ଫୁଲବାଣୀ: କନ୍ଧମାଳ ମହୋତ୍ସବର ସାଂସ୍କୃତିକ ସନ୍ଧ୍ୟା ବେଶ ଆକର୍ଷଣୀୟ ହେବା ସହିତ ପ୍ରବଳ ଜନସମାଗମ ହେଉଛି। ରାଜ୍ୟ ଓ ଦେଶର ବିଭିନ୍ନ ଅଞ୍ଚଳର କଳାକାର ମାନଙ୍କ ଦ୍ବାରା ପରିବେଷଣ ହେଉଥିବା ଲୋକନୃତ୍ୟ ଓ ଲୋକସଙ୍ଗୀତରେ ଦର୍ଶକ ବିଭୋର ହେଉଛନ୍ତି ।


କନ୍ଧମାଳ ମହୋତ୍ସବରେ ଆଦିବାସୀ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗଦେଇ ଏପରି ଉତ୍ସବ ଆମ ମହାନ ପରମ୍ପରାର ପ୍ରତୀକ ବୋଲି କହିଥିଲେ। ଉତ୍ସବ ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ବ ପାଇଁ ପ୍ରଶାସନ ଅନେକଙ୍କୁ ପୁରସ୍କୃତ କରୁଛନ୍ତି।

ଜମୁଛି କନ୍ଧମାଳ ମହୋତ୍ସବ

ସାଂସ୍କୃତିକ ମଞ୍ଚରେ ଖୋର୍ଦ୍ଧାଗଡର ପାଇକ ବୀର ନୃତ୍ୟରେ ଆକର୍ଷଣୀୟ ପରିବେଷଣ ଦର୍ଶକଙ୍କୁ ସେଇ ପୁରୁଣା ସମୟକୁ ଟାଣି ନେଇଥିଲା। ସେହିପରି ସ୍ଥାନୀୟ କଳାକାର ମାନଙ୍କ ଲୋକନୃତ୍ୟରେ ଦୁଲୁକିଥିଲା ମଞ୍ଚ। କୁଇ, ଆଦିବାସୀ ନୃତ୍ୟ, ସହିତ ମହାରାଷ୍ଟ୍ରର ଲୋକନୃତ୍ୟ ଏକ ଅପୂର୍ବ ଅନୁଭୂତି ଆଣିଦେଇଥିଲା।


5 ଦିନ ଧରି ଚାଲିଥିବା ମହୋତ୍ସବର ଉଦଯାପିତ (ଆଜି) ଗୁରୁବାର ହେବାକୁ ଥିବାବେଳେ ପ୍ରବଳ ଜନଗହଳି ଯୋଗୁଁ ଟ୍ରାଫିକ କଟକଣା ଆରମ୍ଭ କରିଛି ପୋଲିସ ।


କନ୍ଧମାଳରୁ ସଦାଶିଵ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details