ଫୁଲବାଣୀ: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ ବେଲଘର ରେଞ୍ଜରେ ବାଘ ଆତଙ୍କ ଦେଖାଦେଇଛି । ଏହି ଅଞ୍ଚଳରେ ବାଘଟି ବଳଦକୁ ଖାଇଦେବା ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଲୋକମାନଙ୍କୁ ସତର୍କ ରହିବା ପାଇଁ ବନବିଭାଗ ପରାମର୍ଶ ଦେଇଛି ।
କନ୍ଧମାଳ ବେଲଘରରେ ବାଘ ଆତଙ୍କ - କନ୍ଧମାଳରେ ବାଘ ଆତଙ୍କ
କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ବେଲଘରରେ ବାଘ ଆତଙ୍କ ଦେଖାଦେଇଛି । ଅଧିକ ପଢନ୍ତୁ...
କନ୍ଧମାଳ ବେଲଘରରେ ବାଘ ଆତଙ୍କ
ମିଳିଥିବା ସୂଚନା ଅନୁସାରେ ତଗାପାଙ୍ଗା ଜଙ୍ଗଲରେ ଗ୍ରାମର ତିରେଶ୍ୱର ମଲ୍ଲିକଙ୍କ ବଳଦକୁ ବାଘ ଖାଇଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଏହି ଅଞ୍ଚଳରେ କିଛି ଦିନ ହେବ ଜଙ୍ଗଲରେ ନିଆଁ ଲାଗିଥିବାରୁ ବନ୍ୟ ପ୍ରାଣୀ ଜନବସତି ମୁହାଁ ହେଉଛନ୍ତି । ଏହି ଘଟଣା ଘଟିବା ପରେ ଗ୍ରାମବାସୀ ଆତଙ୍କିତ ହୋଇ ପଡିଛନ୍ତି । ସେପଟେ ଲୋକମାନଙ୍କୁ ସତର୍କ ରହିବାକୁ ବନବିଭାଗ ପରାମର୍ଶ ଦେଇଛି ।
କନ୍ଧମାଳରୁ ସଦାଶିବ ମହାପାତ୍ର, ଇଟିଭି ଭାରତ