ଓଡିଶା

odisha

By

Published : Apr 11, 2022, 10:54 PM IST

ETV Bharat / state

ବାଘ ଛାଲ ଜବତ, ଜଣେ ଗିରଫ

ଓଡ଼ିଶାରେ ଦିନକୁ ଦିନ ବାଘ ଛାଲ ବେପାର ବୃଦ୍ଧି ପାଉଛି । ଏହି କ୍ରମରେ ଏବେ ଦାରିଙ୍ଗବାଡ଼ି ବନାଞ୍ଚଳରେ ମଧ୍ୟ ଦେଖିବାକୁ ମିଳିଛି । ଯାହାକୁ ନେଇ ଚିନ୍ତାରେ ପଡ଼ିଛି ଏସଟିଏଫ ଓ ବନବିଭାଗ । ଅଧିକ ପଢ଼ନ୍ତୁ

ବାଘ ଛାଲ ଜବତ, ଜଣେ ଗିରଫ
ବାଘ ଛାଲ ଜବତ, ଜଣେ ଗିରଫ

ଫୁଲବାଣୀ : ଓଡ଼ିଶାରେ ଦିନକୁ ଦିନ ବାଘ ଛାଲ ବେପାର ବୃଦ୍ଧି ପାଉଥିବାବେଳେ ଏହା ଏବେ ଦାରିଙ୍ଗବାଡ଼ି ବନାଞ୍ଚଳରେ ମଧ୍ୟ ଦେଖିବାକୁ ମିଳିଛି । ଦାରିଙ୍ଗବାଡ଼ି ଥାନା ୫୯ ଜାତୀୟ ରାଜପଥ ଡବେରି ଗ୍ରାମ ନିକଟରେ ଏସଟିଏଫ ଓ ବନବିଭାଗର ମିଳିତ ଟିମର ଚଢ଼ଉରେ ବାଘଛାଲ ବେପାରୀକୁ ଗିରଫ କରିବା ସହ ବାଘ ଛାଲ ଜବତ କରାଯାଇଛି । ଗିରଫ ଜଣକ ହେଲେ ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ପାଙ୍ଗାଲି ଗ୍ରାମର ବିପିନ ନାୟକ (୪୦) ।

ବାଘ ଛାଲ ଜବତ, ଜଣେ ଗିରଫ

ଶନିବାର ରାତି ପ୍ରାୟ ସାଢ଼େ ୧୧ ଘଣ୍ଟିକା ସମୟରେ ଡବେରୀ ନିକଟରେ ବାଘ ଛାଲ ଧରି ବିକ୍ରି କରିବା ପାଇଁ ବିପିନ ନାୟକ ଗ୍ରାହକଙ୍କୁ ଅପେକ୍ଷା କରିଥିଲେ । ଏସମ୍ପର୍କରେ ବନବିଭାଗ କୌଣସି ଏକ ସୂତ୍ରରୁ ଖବର ପାଇ ନିଜ ବିଭାଗର ଜଣେ କର୍ମଚାରୀଙ୍କୁ ବେପାରୀ ଭାବେ ପଠେଇଥିଲେ । ଯୋଜନା ମୁତାବକ ଏସଟିଏଫ ଓ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଚଢ଼ାଉ କରି ବିପିନ ନାୟକଙ୍କ ଠାରୁ ବାଘ ଛାଲ ଜବତ କରିବା ସହ ବିପିନଙ୍କୁ ଗିରଫ କରିଥିଲେ ।

ଏନେଇ ବନବିଭାଗ ଏକ ମାମଲା ରୁଜୁ କରିଛି । ଏହାସହ ଘଟଣାର ଅଧିକ ତଦନ୍ତ ଚାଲିଛି ବୋଲି ତଦନ୍ତକାରୀ ଅଧିକାରୀ ଏସିଏଫ ଡାକ୍ତର ରୁଦ୍ର ପ୍ରସାଦ ରଥ ସୂଚନା ଦେଇଛନ୍ତି । ବାଘ ଛାଲଟି ସାଢ଼େ ୭ ଫୁଟ ଲମ୍ବ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ହେବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି । ଚଢ଼ଉରେ ଏସଟିଏଫ ଟିମ ସହ ଏସିଏଫ ଡାକ୍ତର ରୁଦ୍ର ପ୍ରସାଦ ରଥ, ଦାରିଙ୍ଗବାଡ଼ି ବନାଞ୍ଚଳ ଅଧିକାରୀ ସତୀଶ କୁମାର ଧାରୁଆ, ବନପାଳ ପ୍ରସନ୍ନ ପାତ୍ରଙ୍କ ସମେତ ବନରକ୍ଷୀ ବିଜୟାନନ୍ଦ ସେଠୀ, ପାରାଗାର୍ଡ ପ୍ରମୁଖ ସାମିଲ ଥିଲେ ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details