ଓଡିଶା

odisha

By

Published : Nov 15, 2019, 9:07 PM IST

ETV Bharat / state

ଦାବି ପୂରଣ ପାଇଁ ଠିକାଦାର ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ

କନ୍ଧମାଳ ଜିଲ୍ଲା ଠିକାଦାର ସଂଘ ପକ୍ଷରୁ ଶୁକ୍ରବାର ଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଛି । 10 ଦଫା ଦାବି ପୂରଣ ପାଇଁ ଏପରି ଆନ୍ଦୋଳନ ଆରମ୍ଭ କରାଯାଇଥିବା କର୍ମକର୍ତ୍ତା ପ୍ରକାଶ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ଫୁଲବାଣୀ: ଠିକାଦାର ସଂଘ ପକ୍ଷରୁ ବିଭିନ୍ନ ଦାବି କରାଯାଇଥିଲେ ମଧ୍ୟ ସରକାର ତାହା ପୂରଣ କରିବାରେ ଅକ୍ଷମ ହୋଇଛନ୍ତି । ତେଣୁ ଜିଲ୍ଲା ଠିକାଦାର ସଂଘ ଶୁକ୍ରବାର ଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଛି । 10 ଦଫା ଦାବି ପୂରଣ ପାଇଁ ଏପରି ଆନ୍ଦୋଳନ ଆରମ୍ଭ କରାଯାଇଥିବା କର୍ମକର୍ତ୍ତା ପ୍ରକାଶ କରିଛନ୍ତି । ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ରାଜ୍ୟ ସରକାର ବାରମ୍ବାର ପ୍ରତିଶ୍ରୁତି ଦେଇ ଠକି ଚାଲିଛନ୍ତି । ତେଣୁ ସଂଘ ସାରା ରାଜ୍ୟରେ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛି । ଏପରି ହେଲେ ସରକାରଙ୍କ ସବୁ କାମ ଠପ ହୋଇଯିବ । ସେଥିପାଇଁ ସରକାର ହିଁ ଦାୟୀ ରହିବେ ବୋଲି ରାଜ୍ୟ ସାଧାରଣ ସମ୍ପାଦକ ଭାଗ୍ୟଧର ଦାସ କହିଛନ୍ତି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details